fbpx
BSKY
BJD YOUTH SKY
BJD MS SKY

ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଝାମ୍ପି ନେଲେ ୧୫ଲକ୍ଷ ଟଙ୍କା

କାମକ୍ଷାନଗର: ଭୁବନେଶ୍ୱର କାମାକ୍ଷାନଗରର ବ୍ୟାଙ୍କ ସମ୍ମୁଖରେ ୧୫ଲକ୍ଷ ଟଙ୍କା ଲୁଟ୍ କରାଯାଇଥିବା କଥା ସାମ୍ନାକୁ ଆସିଛି । ଭୁଜାଲି ଦେଖାଇ ଏକ ବାଇକରେ ୩ ଦୁର୍ବୃତ୍ତ ଟଙ୍କା ଲୁଟି ନେଇ ଫେରାର ହୋଇଛନ୍ତି । ପର୍ଜଙ୍ଗ ଥାନା ଲୋଧଣୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ଲୁଟ କରାଯାଇଛି ।

ସୂଚନା ଅନୁଯାୟୀ, ଟଙ୍କା ଜମା କରିବା ପାଇଁ ଏକ କମ୍ପାନୀ ମ୍ୟାନେଜର ବ୍ୟାଙ୍କ ଯାଉଥିଲେ । ସେଠାରେ ୩ ଦୁର୍ବୃତ୍ତ ହଠାତ ଆସି ପହଁଚି ତାଙ୍କୁ ଭୁଜାଲି ଦେଖାଇ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ଥାନାରେ ଅଭିଯୋଗକାରୀ ଏତଲା ଦେଇଛନ୍ତି । ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ଏବଂ ରାସ୍ତା ତଥା ବ୍ୟାଙ୍କ ସାମ୍ନାର ସିସିଟିଭି ଫୋଟେଜକୁ ଟ୍ରାକ କରୁଛି ।

Get real time updates directly on you device, subscribe now.