fbpx

୮ ମ୍ୟାଚ ଜିତିବା ପରେ ବି ଗୁଜୁରାଟ ଉପରେ ଝୁଲୁଛି ଖଣ୍ଡା: ପ୍ଲେଅଫ ରାସ୍ତାରେ ରହିଛି ବିପଦ

Advertisement

ନୂଆଦିଲ୍ଲୀ: ଅଧିନାୟକ ଭାବରେ ଚଳିତ ସିଜନରେ ଧୂମ ମଚାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସିଜନର ୯ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ତେବେ ଦଳ ଖାତାରେ ୧୬ ପଏଣ୍ଟ ଯୋଡି ସାରିବା ପରେ ସୁଦ୍ଧା ପ୍ଲେଅଫରୁ ଦୂରରେ ରହିଛି । ଚଳିତ IPL ସିଜନରେ ୧୦ଟି ଲେଖାଏଁ ଟିମ ଖେଳୁଥିବା ବେଳେ ପ୍ରତ୍ୟେକ ଟିମକୁ ୧୪ଟି ଲେଖାଏଁ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ତେଣୁ ଏବେ ବି ଦଳକୁ ଆଉ କିଛି ମ୍ୟାଚ ଜିତିବାକୁ ପଡିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

IPL 2022: Gujarat Titans Defeat Rajasthan Royals By 37 Runs

ତେବେ IPL ଇତିହାସକୁ ନଜର ପକାଇଲେ ଏହାର ନମୁନା ଦେଖିବାକୁ ମିଳିଛି । ଗତ ୨୦୧୨ରେ ମୋଟ ୯ଟି ଟିମ ସହ ଆୟୋଜିତ ହୋଇଥଇଲା ଟୁର୍ଣ୍ଣାମେଣ୍ଟ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୧୧ ଲିଗ ରାଉଣ୍ଡରେ ବିଜୟ ହାସଲ କରିଥିବା ବେଳେ କୋଲକାତା ଏବଂ ମୁମ୍ବାଇ ୧୦ଟି ଲେଖାଏଁ ମ୍ୟାଚ ଜିତିଥିଲା । ସେହିପରି ୮ ଟି ଲେଖାଏଁ ମ୍ୟାଚରେ ବିଜୟଲାଭ କରିଥିଲେ ଚେନ୍ନାଇ, ବାଙ୍ଗାଲୋର ଏବଂ ପଞ୍ଜାବ । ତେବେ ରନରେଟ ହିସାବରେ ଚେନ୍ନାଇ ପ୍ଲେଅଫରେ ପହଞ୍ଚିଥିଲା । ତେବେ ସେହି ବର୍ଷ ୧୬ଟି ଲେଖାଏଁ ଲିଗ ମ୍ୟାଚ ଖେଳିଥିଲେ ।

IPL 5 / DLF IPL 2012 Points Table | Click Cricket

ତେବେ ଚଳିତ ସିଜନରେ ୧୪ଟି ଲେଖାଏଁ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଗୁଜୁରାଟ ଟାଇଟନ୍ସ ମଜବୁତ ସ୍ଥିତିରେ ରହିଛି । ଆଉ ଗୋଟିଏ ମ୍ୟାଚ ଜିତିଲେ ଦଳ ପ୍ଲେଅଫ ପାଇଁ ଟିକେଟ ହାସଲ କରିପାରିବ । ଗତକାଲି ବାଙ୍ଗାଲୋରକୁ ୬ ୱିକେଯରେ ହରାଇ ଲଗାତାର ପଞ୍ଚମ ବିଜୟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ ।

Get real time updates directly on you device, subscribe now.