fbpx

ଲଗାତାର ଅଷ୍ଟମ ଦିନ ପାଇଁ ରେକର୍ଡ ବୃଦ୍ଧି ସହିତ ବନ୍ଦ ହେଲା ସେୟାର ବଜାର, ଚମକିଲା ଆଇଟି ଷ୍ଟକ୍ 

ମୁମ୍ବାଇ: ଲଗାତାର ଅଷ୍ଟମ ଦିନ ପାଇଁ ଭାରତୀୟ ସେୟାର ବଜାର ବୃଦ୍ଧି ସହିତ ବନ୍ଦ ହୋଇଛି । ସେନସେକ୍ସ ଏବଂ ନିଫ୍ଟି ଆଜି ମଧ୍ୟ ନୂଆ ସ୍ତରରେ ପହଞ୍ଚିଛି । ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର କମ୍ କରିବା ସମ୍ବାବନା ଥିବାରୁ ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ଆଜିର କାରବାର ଶେଷ ହେଲା ବେଳକୁ ସେନସେକ୍ସ ୧୮୪.୫୪ ପଏଣ୍ଟ ବୃଦ୍ଧି ପାଇ ୬୩୨୮୪.୧୯ରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୫୪.୨୦ ପଏଣ୍ଟ ବଢି ୧୮୮୧୨.୫୦ ସ୍ତରରେ ବନ୍ଦ ହୋଇଥିଲା ।
ଗତ ଏକ ସପ୍ତାହ ଧରି ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳୁଛି, ଯାହା ଚଳିତ ମାସ ଆରମ୍ଭରେ ମଧ୍ୟ ଜାରି ରହିଛି । ଆଜି ବଜାର ବୃଦ୍ଧି ସହିତ ଖୋଲିଥିଲା । ଦିନର ପ୍ରଥମାଅର୍ଦ୍ଧରେ ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଦ୍ୱିତିୟାର୍ଦ୍ଧରେ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ବଜାର ଶେଷ ବେଳକୁ ବୃଦ୍ଧି ବଜାୟ ରହିଥିଲା ।
ଆଜିର ମାର୍କେଟ୍‌ରେ, ଆଇଟି, ମେଟାଲ୍‌, ବ୍ୟାଙ୍କିଙ୍ଗ୍‌, ମିଡିଆ, ଇନଫ୍ରା, ଖଣିଜ ପଦାର୍ଥ ଏବଂ ଉପଭୋକ୍ତା ସ୍ଥାୟୀ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଅଟୋ, ଫାର୍ମା, ଏଫଏମସିଜି, ଶକ୍ତି କ୍ଷେତ୍ରର ସେୟାରରେ ହ୍ରାସ ଘଟିଛି ।

 

Get real time updates directly on you device, subscribe now.