fbpx

ନିର୍ବାଚନ ଫଳାଫଳ ପାଇଁ ସେୟାର ବଜାରରେ ଦେଖାଦେଲା ସୁନାମୀ, ନିବେଶକଙ୍କର ବୁଡିଗଲା ୪୫ ଲକ୍ଷ କୋଟି ଟଙ୍କା

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ଆଜି ସେୟାର ବଜାରରେ ହ୍ରାସ ଘଟିବା ଦେଖିବାକୁ ମିଳିଛି । ଗୋଟିଏ ସମୟରେ ସେନସେକ୍ସ ଏବଂ ନିଫଟି ୬-୬ ପର୍ଯ୍ୟନ୍ତ ଡାଉନ ହୋଇଯାଇଛନ୍ତି । ଗତ ୪ ବର୍ଷରେ ବଜାରରେ ମାତ୍ର ଗୋଟିଏ ଦିନରେ ଏହା ସବୁଠାରୁ ବଡ଼ ହ୍ରାସ ଅଟେ । ଏହା ପୂର୍ବରୁ ମାର୍ଚ୍ଚ ୨୦୨୦ରେ ଏହିପରି ବଜାରରେ କ୍ଷତି ଦେଖିବାକୁ ମିଳିଥିଲା ।

ସାଧାରଣ ନିର୍ବାଚନ ୨୦୨୪ର ଭୋଟ ଗଣତି ଦିନ ଏହି ହ୍ରାସ ଦେଖିବାକୁ ମିଳିଛି । ସେନସେକ୍ସ ଏବଂ ନିଫଟିରେ ୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ନିବେଶକମାନଙ୍କର ଆଜି ୪୫ ଲକ୍ଷ କୋଟି ଟଙ୍କା ବୁଡିଯାଇଛି । ମାର୍ଚ୍ଚ ୨୦୨୦ ପରେ ସେୟାର ବଜାରରେ ଏହା ସବୁଠାରୁ ବଡ଼ ହ୍ରାସ ଅଟେ । ଗତ ୬ଥରରେ ୨ଥର ଏପରି ହୋଇସାରିଛି, ନିର୍ବାଚନ ଫଳାଫଳ ଦିନ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ୨୩ ମେ ୨୦୧୯ରେ ସେନସେକ୍ସ ୦.୭ ପ୍ରତିଶତ ହ୍ରାସ ପାଇଛି ।

ସେନସେକ୍ସରେ ପୁଣିଥରେ ହ୍ରାସ ୪୦୦୦ ପାର ହୋଇସାରିଛି । ବର୍ତ୍ତମାନ ଏହା ୪୩୫୮ କ୍ଷତି ସହ ୭୨୧୦ରେ ରହିଛି । ଏନଟିପିସି ୧୫.୨୩ ପ୍ରତିଶତ ହ୍ରାସ ସହ ସବୁଠୁ ବଡ ଲୁଜର ଅଟେ । ଷ୍ଟେଟ ବ୍ୟାଙ୍କରେ ପାଖାପାଖି ୧୪ ପ୍ରତିଶତ ହ୍ରାସ ଘଟିଛି । ପାୱାର ଗ୍ରେଡରେ ୧୨.୧୭ ପ୍ରତିଶତ ଏବଂ ଏଲଆଣ୍ଡଟିରେ ୧୧.୫୨ ପ୍ରତିଶତ ସହ ବନ୍ଦ ହୋଇଛି ।

ସେନସେକ୍ସ ହ୍ରାସରେ ସବୁଠାରୁ ବଡ଼ ଯୋଗଦାନ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୬୨୧ ସଂଖ୍ୟା । ଏହାପରେ ଏଚଡିଏଫସି ୫୨୧, ଆଇସିଆଇସିଆଇ ବ୍ୟାଙ୍କ ୫୦୨, ଏଲଆଣ୍ଡଟି ୪୩୭, ଷ୍ଟେଟ ବ୍ୟାଙ୍କ ୩୯୯ ସଂଖ୍ୟା ସହ ରହିଛି । ସେନସେକ୍ସ ୩୯୦୦ରୁ ଅଧିକ ସଂଖ୍ୟାରେ ବନ୍ଦ ହୋଇଛି । ନିଫଟି ବର୍ତ୍ତମାନ ୧୨୩୯ ସଂଖ୍ୟା ହ୍ରାସ ସହ ୨୨୦୨୪ରେ ଟ୍ରେଣ୍ଡ କରୁଛି ।

Get real time updates directly on you device, subscribe now.