ବ୍ୟାଙ୍କ ପାଇଁ ‘କାଳ’ ହୋଇପାରେ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟ୍ , କାହିଁକି ରହୁଛି ଏପରି ସମ୍ଭାବନା ?

ନୂଆଦିଲ୍ଲୀ : ଭାରତୀୟ ବ୍ୟାଙ୍କଗୁଡ଼ିକ ପାଇଁ ପୁଞ୍ଜି ପ୍ରବାହ ବେଶ ଗୁରୁତ୍ବପୂର୍ଣ୍ଣ। ଏଥିଯୋଗୁ ବ୍ୟାଙ୍କର ଲିକ୍ୟୁଡିଟି ସ୍ଥିତି ସୁଦୃଢ଼ ହୋଇଥାଏ। ଜମା ସ୍ରୋତରୁ ବ୍ୟାଙ୍କଗୁଡିକୁ ବଡ଼ ଆକାରରେ ପାଣ୍ଠି ମିଳିଥାଏ। ହେେଲ ସମ୍ପ୍ରତି ଭାରତୀୟ ବ୍ୟାଙ୍କଗୁଡିକରେ ଜମା ହ୍ରାସ ପାଇବା ପରେ ବ୍ୟାଙ୍କଗୁଡିକର ଋଣ ପ୍ରଦାନ କ୍ଷମତା ମଧ୍ୟ ଘଟିଛି।

ଯାହା ଜୁଲାଇ ୧୨ରେ ପ୍ରକାଶ ପାଇଥିବା ଆର୍‌ବିଆଇର ଏକ ରିପୋର୍ଟରୁ ଜଣାପଡିଛି। ଦେଶରେ ଏପରି ସ୍ଥିତି ଉପୁଜିବାର କାରଣ ହେଉଛି ଋଣ ଏବଂ ଜମା କିମ୍ବା ଋଣ ଜମା ଅନୁପାତକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ। ତଥାପି ଭାରତୀୟ ବ୍ୟାଙ୍କଗୁଡିକ ପାଇଁ ସୃଷ୍ଟି ହୋଇଥିବା ଏହି ଆହ୍ବାନ ସାମୟିକ ହୋଇପାରେ। ଜୁନ୍ ତ୍ରୈମାସିକରେ ଏଭଳି ଜମା ଆକଳନ ସ୍ଥିତି ଦେଖିବାକୁ ମିଳିଛି।

ତେବେ ବ୍ୟାଙ୍କ ଗୁଡ଼ିକରେ ଜମା ହ୍ରାସ ପାଇବାର କାରଣ ହେଉଛି ସହରାଞ୍ଚଳ ସଞ୍ଚୟକାରୀମାନେ ଅଧିକ ଲାଭ ପାଇଁ ମ୍ୟୁଚୁଆଲ୍ ଫଣ୍ଡ ଏବଂ ପୁଞ୍ଜି ବା ସେୟାର ବଜାରରେ ନିବେଶ କରୁଥିବାରୁ ଭାରତୀୟ ବ୍ୟାଙ୍କଗୁଡିକ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇକ୍ୱିଟିରେ ନିବେଶ ପାଇଁ ଲୋକଙ୍କ ମଧ୍ୟରେ ତତ୍ପରତା ବଢୁଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ଘୋଷଣା କରିବା ସମୟରେ କହିଥିଲେ ଯେ, ବଜାରରେ ଖୁଚୁରା ସଞ୍ଚୟ ନିବେଶ ମାର୍ଗରେ ଯିବା ଘରୋଇ ବ୍ୟାଙ୍କଗୁଡିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ଲୋକମାନଙ୍କ ପସନ୍ଦରେ ଏହି ପରିବର୍ତ୍ତନ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ପ୍ରାୟ ସବୁଠାରୁ ବଡ଼ ଜମା ସମସ୍ୟା ସୃଷ୍ଟି କରିପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ଆର୍ଥିକ କ୍ଷେତ୍ରରେ ଗଠନମୂଳକ ପରିବର୍ତ୍ତନକୁ ନେଇ ଆରବିଆଇ ଚିନ୍ତିତ, କାରଣ ଋଣ ଅଭିବୃଦ୍ଧି ଜମା ଅଭିବୃଦ୍ଧିଠାରୁ ଅଧିକ, ଯାହା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ ସର୍ବନିମ୍ନ ଜମା ରଖିବାରେ ଆହ୍ବାନ ସୃଷ୍ଟି କରିପାରେ। ଜମା ରାଶିରେ ଅଭିବୃଦ୍ଧି ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ କରିବାରେ ଆର୍ଥିକ ସହାୟତା କରିଥାଏ। ଅଧିକ ଜମା ସ୍ତର ବ୍ୟାଙ୍କଗୁଡ଼ିକୁ ଋଣ ଉପରେ ପ୍ରତିଯୋଗିତାମୂଳକ ସୁଧ ହାର ପ୍ରଦାନ କରିବାକୁ, ସେମାନଙ୍କର କାର୍ଯ୍ୟକ୍ଷମ ଆବଶ୍ୟକତାକୁ ସମର୍ଥନ କରିବାକୁ ଏବଂ ନିୟାମକ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ କରିଥାଏ। ଯେତେବେଳେ ଜମା ଅଭିବୃଦ୍ଧି କମେ ସେତେବେଳେ ବ୍ୟାଙ୍କଗୁଡିକ ପାଖରେ ଋଣ ପ୍ରଦାନ କରିବାର କ୍ଷମତା ହ୍ରାସ ଘଟେ। ତେବେ ଦୀର୍ଘ ମିଆଦୀରେ ପର୍ଯ୍ୟାପ୍ତ ପରିମାଣର ଜମା ଅଭିବୃଦ୍ଧିରେ ହ୍ରାସ ବ୍ୟାଙ୍କର ଆର୍ଥିକ ସ୍ଥିରତା ଏବଂ ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ।

ତେବେ ଦେଶରେ ବ୍ୟାଙ୍କଗୁଡ଼ିକର ଏଭଳି ସ୍ଥିତି ପାଇଁ ଗ୍ରାହକଙ୍କୁ ଦାୟୀ କରାଯାଇପାରିବ ନାହିଁ କାରଣ ସେମାନେ ଟଙ୍କା ସେଠାରେ ନିବେଶ କରିବେ ଯେଉଁଠାରେ ସେମାନେ ଅନୁଭବ କରିନ୍ତି ଯେ ସେମାନଙ୍କୁ ଅଧିକ ଲାଭ ମିଳିବ। ବୋଧହୁଏ, ଦୋଷ ମଧ୍ୟ ବ୍ୟାଙ୍କଗୁଡିକର ଅପାରଗ ସଞ୍ଚୟ ହାର ଏବଂ ନୀତି ଉପରେ ନିର୍ଭର କରେ। ଜୁଲାଇ ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଭାରତୀୟମାନେ ବର୍ତ୍ତମାନ ସମୟରେ ସେମାନଙ୍କ ସଞ୍ଚୟ ପାଇଁ ପାରମ୍ପରିକ ବ୍ୟାଙ୍କ ଅପେକ୍ଷା ପୁଞ୍ଜି ବଜାର ଚୟନ କରୁଛନ୍ତି। ତେବେ, ପୁଞ୍ଜି ବଜାର ଏବଂ ଅନ୍ୟାନ୍ୟ ଆର୍ଥିକ ସୁବିଧାକୁ ଦୃଷ୍ଟିରେ ରଖି ଲୋକମାନେ ସେମାନଙ୍କର ପସନ୍ଦକୁ ବଦଳାଇ ଏକ ଉଲ୍ଲେଖନୀୟ ଧାରା ସୃଷ୍ଟି କରୁଛନ୍ତି। ଅର୍ଥନୈତିକ ସର୍ବେକ୍ଷଣ ୨୦୨୩-୨୪ ଅନୁଯାୟୀ, ବ୍ୟକ୍ତିଗତ (ଖୁଚୁରା) ନିବେଶକ ପ୍ରତ୍ୟକ୍ଷ ଇକ୍ୱିଟିରେ ପ୍ରାୟ ୩୬ ଲକ୍ଷ କୋଟି ଏବଂ ମ୍ୟୁଚୁଆଲ ଫଣ୍ଡର ପରିଚାଳନା ଅଧୀନରେ ୨୮ ଲକ୍ଷ କୋଟି ସମ୍ପତ୍ତି ରହିଛି। ବ୍ୟକ୍ତିଗତ ନିବେଶକମାନେ ୯.୫ କୋଟିରୁ ଅଧିକ ଏବଂ ଏହାର ପ୍ରାୟ ୨୫୦୦ ତାଲିକାଭୁକ୍ତ କମ୍ପାନୀ ମାଧ୍ୟମରେ ବଜାରର ପ୍ରାୟ ୧୦% ପ୍ରତ୍ୟକ୍ଷ ମାଲିକାନା ରହିଛି। ଆର୍ଥିକବର୍ଷ ୨୦୨୩-୨୪ରେ ବ୍ୟାଙ୍କ ଋଣରେ ୧୬.୩% ବୃଦ୍ଧି ତୁଳନାରେ ସମୁଦାୟ ଜମା ୧୨.୯% ବୃଦ୍ଧି ପାଇଛି, କାରଣ ନିବେଶକମାନେ ସେମାନଙ୍କ ଅର୍ଥକୁ ବିକଳ୍ପ ଶେବେଶ ଉପାୟରେ ଖଟାଇବାକୁ କରିବାକୁ ପସନ୍ଦ କରିଥିଲେ। ତେଣୁ ଜମାକାରୀଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାଙ୍କଗୁଡିକ ନୂତନ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଆର୍ଥିକ ସେବା ସଚିବ ବିବେକ ଯୋଶୀ କହିଛନ୍ତି।