fbpx

Stock Market; ବଜାରରେ ବଡ଼ ହ୍ରାସ, ୨% ପ୍ରତିଶତ ତଳକୁ ଖସିଲା Sensex ଓ Nifty50

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ବୁଧବାର ବଡ଼ ହ୍ରାସ ସହ ଖୋଲିଛି । ଆମେରିକା ଶେୟାର ବଜାରରେ ଆସିଥିବା ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡ଼ିଛି । ଫଳରେ ବୁଧବାର ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସ ସହ ୬୦ ହଜାର ପଏଣ୍ଟ ତଳକୁ ଆସିଯାଇଛି ।

ସକାଳେ ୧୧୫୪ ଅଙ୍କରୁ ଖସି ୫୯,୪୧୭ ପଏଣ୍ଟରେ ଖୋଲିଥିଲା ଏବଂ କାରବାର ଆରମ୍ଭ ହୋଇଥିଲା । ଯେତେବେଳେକି ନିଫ୍ଟୀ ୨୯୯ ଅଙ୍କ ହ୍ରାସ ସହ ୧୭,୭୭୧ ପଏଣ୍ଟରେ କାରବାର ଆରମ୍ଭ କରିଥିଲା ।

ଆଜିର କାରବାରାୋର ସବୁ କ୍ଷେତ୍ରର ଲାଲ ସଙ୍କେତ ଦେଖିବାକୁ ମିଳିଛି । ସବୁଠୁ ଅଧିକ ଏଫଏମସିଜି, ଆଇଟି, ଫାଇନାନ୍ସସିଆଲ ଏବଂ ଅଟୋ ସେକ୍ଟରରେ ଦେଖାଯାଇଛି । ଯେଉଁଠାରେ ୧ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ଷ୍ଟକ୍ ତଳକୁ ଖସିଛି ।

Get real time updates directly on you device, subscribe now.