fbpx

ସରକାରଙ୍କ ଦଲାଲି ବନ୍ଦ କର: ମିଡିଆ ସାମ୍ନାରେ ଆଉଥରେ ଧୈର୍ଯ୍ୟ ହରାଇଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଳୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମିଡିଆ ସମ୍ମୁଖରେ ଧୈର୍ଯ୍ୟ ହରାଇଛନ୍ତି । ଗତକାଲି ସଂସଦ ସମ୍ମୁଖରେ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ପଡିଥିବା ରାହୁଲ ମଙ୍ଗଳବାର ପୁଣି ସମାନ ପରସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ପଞ୍ଜାବରେ ହୋଇଥିବା ଲିଞ୍ଚିଂ ପାଇଁ ସେ ନିଜକୁ ଦାୟୀ ମନେ କରୁଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନରେ ରାହୁଲ ରାଗିଯାଇଥିଲେ । ଏହା ସହିତ ସରକାରଙ୍କ ଦଲାଲି ନକରିବା ପାଇଁ ସେ ମିଡିଆକୁ ପରାମର୍ଶ ଦେଇଥିଲେ । ପଞ୍ଜାବରେ ସୋମବାର ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଏହା ଉପରେ ରାହୁଲଙ୍କୁ ପ୍ରଶ୍ନ କରାଯିବାକୁ ନେଇ ସେ ଉତ୍ୟକ୍ତ ହୋଇ ଯାଇଥିଲେ । ମଙ୍ଗଳବାର ସକାଳୁ ରାହୁଲ ଟ୍ୱିଟ କରିଥିଲେ ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପୂର୍ବରୁ ସେ ଲିଞ୍ଚିଂ ନାମକ ଶବ୍ଦ ସେ ଶୁଣି ନଥିଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପଞ୍ଜାବରେ ବର୍ତ୍ତମାନ କଂଗ୍ରେସ ଶାସନ ଜାରି ରହିଥିବା ବେଳେ ଚରଣଜିତ ସିଂ ଚନ୍ନି ମୁଖ୍ୟମନ୍ତ୍ରୀ ରହିଛନ୍ତି । ସାମ୍ବାଦିକ ଜଣଙ୍କ ଏଭଳି ପ୍ରଶ୍ନ ପଚାରିବା ପରେ ରାହୁଲ ତାଙ୍କୁ ସରକାରଙ୍କ ଦଲାଲ ବୋଲି କହିଥିଲେ । ସରକାରଙ୍କ ଦଲାଲି ବନ୍ଦ କରି ବାସ୍ତବ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ରାହୁଲ ।

ସୋମବାର ସମାନ ଏକ ଘଟଣାରେ ଜଣେ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ ରାହୁଲ । ବିରୋଧୀ ଦଳ ସଦସ୍ୟ ମାନେ ଗୃହ ଚଳାଇ ଦେଉନାହାନ୍ତି ବୋଲି ସରକାର କହୁଛନ୍ତି । ଏହା ଉପରେ ରାହୁଲଙ୍କ ମତାମତ ଜାଣିବା ପାଇଁ ସାମ୍ବାଦିକ ଜଣଙ୍କ ପଚାରୁଥିବା ବେଳେ ରାହୁଲ ଚିହିଙ୍କି ପଡିଥିଲେ । ତୁମେ କଣ ସରକାରଙ୍କ ପାଇଁ କାମ କରୁଛ । ଏହା ସହିତ ରାହୁଲ କହିଥିଲେ କି ଗୃହ ଚଳାଇବାର ଦାୟିତ୍ୱ ସରକାରଙ୍କର ବିରୋଧୀ ଦଳର ନୁହେଁ । ପଞ୍ଜାବରେ ଧର୍ମଗ୍ରନ୍ଥ ଚୋରି କରିବା ଅଭିଯୋଗରେ ସୋମବାର ଦୁଇଟି ଲିଞ୍ଚିଂ ହୋଇଯାଇଛି । ପିଟି ପିଟି ଦୁଇ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା । ଅମ୍ରିତଶର ଏବଂ କପୁରଥଲାରେ ଏହି ଘଟଣା ଘଟିଥିଲା ।

Get real time updates directly on you device, subscribe now.