fbpx

‘ପିଲାମାନଙ୍କ ଅଶ୍ଳୀଳ ଭିଡିଓ ରଖିବା ଅପରାଧ’, ସୁପ୍ରିମକୋର୍ଟର୍ଙ୍କ ବଡ଼ ଶୁଣାଣି, କେନ୍ଦ୍ରକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଚାଇଲ୍ଡ ପୋର୍ନୋଗ୍ରାଫି ଭିଡିଓ ଉପରେ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଅପରାଧ ଅଟେ। କିଛି ଦିନ ପୂର୍ବେ ପ୍ରଥମେ ମାଡ୍ରାସ ହାଇକୋର୍ଟ ଏକ ମାମଲାରେ ଶୁଣାଣି କରି କହିଥିଲେ ଯେ, ଶିଶୁଙ୍କ ଭୁଲଗାର ଭିଡିଓ ଦେଖିବା POCSO (Protection of Children from Sexual Offences)  ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ଅଧିନିୟମ ଅନୁଯାୟୀ ଅପରାଧ ଅଟେ।

ଯାହାପରେ ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଯାହା ଉପରେ ଶୁଣାଣି କରି ସିଜେଆଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେବି ପାରଦୀବାଲାଙ୍କ ପୀଠ ମାଡ୍ରାସ ହାଇକୋର୍ଟର ଶୁଣାଣିକୁ ଖାରଜ ବା ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ ସଂସଦକୁ ‘ଶିଶୁ ଅଶ୍ଳୀଳତା’ ଶବ୍ଦ କୁ ‘ଶିଶୁ ଯୌନ ଶୋଷଣ ଏବଂ ଅପମାନଜନକ ସାମଗ୍ରୀ’ ଶବ୍ଦ ସହ ସଂଶୋଧନ କରିବାର ମଧ୍ୟ ପରାମର୍ଶ ଦେଇଛନ୍ତି ଏବଂ କେନ୍ଦ୍ରରୁ ସଂଶୋଧନ ଆଣିବା ପାଇଁ ଏକ ନିୟମ ଆଣିବାକୁ ଅନୁରୋଧ କରିଛନ୍ତି। କୋର୍ଟ ଅଦାଲତକୁ ଶିଶୁ ଅଶ୍ଳୀଳ ଶବ୍ଦର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ପୋଲିସର ଅତିରିକ୍ତ ଡେପୁଟି କମିଶନର (ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ) ଦ୍ୱାରା ପ୍ରାପ୍ତ ଏକ ଚିଠି ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ନିଜ ମୋବାଇଲରେ ପିଲାଙ୍କ ଅଶ୍ଳୀଳ ଭିଡିଓ ଡାଉନଲୋଡ କରିବାର ମାମଲା ରୁଜୁ ହୋଇଥିଲା। ଯାଞ୍ଚ ସମୟରେ ମୋବାଇଲ ଫୋନକୁ ଜବତ କରାଯିବା ସହ ଫରେନ୍ସିକ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ସ୍ପଷ୍ଟ ହୋଇଥିଲା ଯେ, ମୋବାଇଲରେ ଦୁଇଟି ଫାଇଲ ଥିଲା, ଯେଉଁଥିରେ କିଶୋର ବାଳକଙ୍କ ଅଶ୍ଳୀଳ ଜିନିଷ ଥିଲା। ଆଇଟି ଆକ୍ଟର ଧାରା ୬୭ ଏବଂ POCSO ଅଧିନିୟମର ଧାରା ୧୪(୧) ଅନୁଯାୟୀ, କୋର୍ଟ ଏହି ଅପରାଧ ବିଷୟରେ ଜାଣିଥିଲେ।

Get real time updates directly on you device, subscribe now.