fbpx

ଟାଇପିଙ୍ଗର ଶବ୍ଦ ଶୁଣି ପାସୱାର୍ଡ ଚୋରାଇ ପାରନ୍ତି ହ୍ୟାକର୍ସ, ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଯଦି ଆପଣ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କିମ୍ବା ପବ୍ଲିକ ପ୍ଲେସରେ ଲ୍ୟାପଟପରେ ପାସୱାର୍ଡ ପରି କିଛି ଜିନିଷ ଟାଇପ କରୁଛନ୍ତି ତେବେ ଆପଣ ସାବଧାନ ହୋଇଯାଆନ୍ତୁ । ଏଥିରେ ଆପଣଙ୍କ ପାସୱାର୍ଡ ଚୋରୀ ହୋଇପାରେ । ହ୍ୟାକର୍ସମାନେ ବର୍ତ୍ତମାନ ଆପଣଙ୍କ ଟାଇପିଙ୍ଗର ସାଉଣ୍ଡ ଶୁଣି ଜାଣିପାରିବେ ଯେ, ଆପଣ କେଉଁ କି-ବୋର୍ଡର କେଉଁ ବଟମ ବ୍ୟବହାର କରୁଛନ୍ତି ଏବଂ ଏପରି ଭାବେ ସୋମନେ ଆପଣଙ୍କ ପାସୱାର୍ଡ ମଧ୍ୟ ଜାଣିପାରିବେ । ଏକ ନୂଆ ଅଧ୍ୟୟନରେ ଜଣାପଡିଛି ଏମାନେ ଏଆଇ ଟୁଲ୍ସ ବ୍ୟବହାର କରି ଆପଣଙ୍କ ପାସୱାର୍ଡ ଚୋରାଇ ପାରନ୍ତି । ଏହି ଅଧ୍ୟୟନରେ କୁହାଯାଇଛି ଯେ, ଏଆଇ ଟାଇପ ସାଉଣ୍ଡ ଶୁଣି ବଟମକୁ ପରିଚିତ କରିପାରୁଛି ।

୩ ଅଗଷ୍ଟରେ ପବ୍ଲିସ ହୋଇଥିବା ଏକ ପେପରରେ, ଅନୁସନ୍ଧାନକାରୀ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ଜୁମ ପରି ଭିଡ଼ିଓ କନଫ୍ରେନ୍ସିଂ ପ୍ଲାଟଫର୍ମର ବଢୁଥିବା ଉପଯୋଗୀତା ଏବଂ ମାଇକ୍ରୋଫୋନର ଲେସ ଡିଭାଇସର ବଡ଼ ସ୍ତରରେ ଉପଲବ୍ଧତା ସହ, ସାଉଣ୍ଡ ବେଷ୍ଟ ସାଇବର ଆକ୍ରମଣର ବିପଦ ବଢିଯାଇଛି । ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏଆଇ ଟୁଲ୍ସ କି-ବୋର୍ଡ ସାହାଯ୍ୟରେ କଣ ବଦଳିଯିବ ।

ଏଆଇ ମଡେଲକୁ ଟ୍ରେନିଂ ଦେଉଥିବା ଅଧ୍ୟୟନକାରୀ କହିଛନ୍ତି ଯେ, ସେମାନେ ମେକବୁକ ପ୍ରୋରେ ୩୨ଟି ବଟନକୁ ସେ ସମସ୍ତଙ୍କୁ ୨୫ ଥର ଦାବିବାକୁ କହିଥିଲେ । ଏହାପରେ ସେମାନେ ଏହି ସାଉଣ୍ଡକୁ ଏଆଇ ମଡେଲରେ ପକାଇଥିଲେ । ଏଥିପରେ ଜଣାପଡିଥିଲା ଯେ, ଏଥିରେ ଟାଇପ କରାଯାଇଥିବା ସମସ୍ତ କି-ବୋର୍ଡକୁ ସଠିକ ଭାବେ ଚିହ୍ନିବାରେ ସକ୍ଷମ ହୋଇପାରିଛି ।

Get real time updates directly on you device, subscribe now.