ରାତିରେ ଶୁଭେ ଅଦ୍ଭୁତ ଶବ୍ଦ; କାନ ତାବ୍‌ଦା କରିଦିଏ ଭୂତଙ୍କ ଚିତ୍କାର, ଭୁଲରେ ଯିବେ ନାହିଁ ଏହି ଯାଗାକୁ..

ଜାଣନ୍ତୁ କେଉଁଠି ଭୂତ କରୁଛନ୍ତି ମଜଲିସ୍‌...

ଓଡିଶା ଭାସ୍କର: ଶତାଧିକ ରୋଗୀଙ୍କୁ ମାରିଥିଲେ ଜଣେ ଡାକ୍ତର । ଆଜି ବି ଘୁରିବୁଲୁଛି ସେମାନଙ୍କ ଆତ୍ମା । ଏକ ଘରେ ବନ୍ଦୀ ହୋଇ ରହିଛି ଅନେକ ରୋଗୀଙ୍କ ଆତ୍ମା । ଭୁଲରେ ବି ଜାଆନ୍ତୁ ନାହିଁ ଏହି ଯାଗାକୁ ନହେଲେ ପସ୍ତାଇବେ ।

ଉତରାଖଣ୍ଡକୁ ଦେବଭୂମି ବୋଲି କୁହାଯାଏ । କାରଣ ଏଠାରେ ଅନେକ ପବିତ୍ର ସ୍ଥାନ ଯେପରିକି ବଦ୍ରିନାଥ, କେଦାରନାଥ ଭଳି ଆହୁରୀ ଅନେକ ପବିତ୍ର ଯାଗା ରହିଛି । ପ୍ରତିବର୍ଷ ଲକ୍ଷାଧିକ ଲୋକ ଭଗବାନଙ୍କ ଦର୍ଶନ କରି ମୋକ୍ଷ ଲାଭ କରିବା ପାଇଁ ଏଠାକୁ ଆସିଥାନ୍ତି ।

ତେବେ କଣ ଆପଣ ଜାଣନ୍ତି କି ଦେବଭୂମି ବା ଦେବତାଙ୍କ ଘର ଭାବେ ଜଣାଶୁଣା ଉତରାଖଣ୍ଡରେ ଦୁନିଆର ସବୁଠାରୁ ଭୟଙ୍କର ସ୍ଥାନ ମଧ୍ୟ ରହିଛି,ଯେଉଁଠିକି ଲୋକଙ୍କୁ ଦିନବେଳେ ଯିବା ପାଇଁ ମଧ୍ୟ ଡର ଲାଗିଥାଏ । ଉତରାଖଣ୍ଡରେ ଥିବା ଚମ୍ପାବଟ ଜିଲ୍ଲାର ଲୋହାଘାଟ ଗାଁରେ ଥିବା ମୁକ୍ତି କୋଠରୀକୁ ‘ହଣ୍ଟେଡ ପ୍ଲେସ୍‌’ କୁହାଯାଏା

ରାତି ହେବା ମାତ୍ରେ ଏଠାରେ କେହି ଜୋରରେ ଚିତ୍କାର କରୁଥିବା ଭଳି ଶୁଣାଯାଏ । ଏଣୁ ପାଖରେ ରହୁଥିବା ଗାଁ ଲୋକ ସନ୍ଧ୍ୟା ହେଲେ ସେହି ଘର ପାଖ ଦେଇ ଯିବା ଆସିବା ବନ୍ଦ କରିଦିଅନ୍ତି । ଏପରିକି ଛୋଟ ପିଲା ଦିନବେଳେ ମଧ୍ୟ ଏହି ଘର ପାଖକୁ ଯିବାକୁ ଡରନ୍ତି ।

କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଘର ପ୍ରଥମେ ଜଣେ ବ୍ରିଟିଶର କିଣିଥିଲେ । ମାତ୍ର କୌଣସି କାରଣରୁ ସେ ଏହି ଯାଗାକୁ ମେଡିକାଲ କରିବା ପାଇଁ ଲୋକଙ୍କୁ ଦାନ କରିଦେଇଥିଲେ । ଏହା ପରେ ଯେଉଁସବୁ ଘଟଣା ଘଟିଲା ତାହା ଶୁଣିଲେ ଆପଣଙ୍କ ହୋଶ ଉଡିଯିବ ।

ଡାକ୍ତରଖାନାରେ ଅନେକ ରୋଗୀ ସୁସ୍ଥ ହୋଇ ଫେରିବାରୁ ଲୋକମାନେ ଅନ୍ଧ ଭାବେ ଏଠାରେ ଡାକ୍ତରଙ୍କୁ ବିଶ୍ୱାସ କରିବା ଆରମ୍ଭ କରିଦେଲ । କିଛି ଦିନ ପରେ ଜଣେ ନୁଆ ଡାକ୍ତରଙ୍କୁ ନିଯୁକ୍ତି ମିଳିଲା । ସେ ଅନେକ କଥା ଭବିଷ୍ୟବାଣୀ କରୁଥିଲେ । ଆଉ ତାଙ୍କ କଥା ଅନୁଯାୟୀ ସବୁକିଛି ସତ ହେଉଥିଲା ।

କୁହାଯାଏ କି ଡାକ୍ତର ରୋଗୀକୁ ଦେଖି ତାର କେବେ ମୃତ୍ୟୁ ହେବ ସେ ବାବଦରେ ଆଗୁଆ ଭବିଷ୍ୟବାଣି କରୁଥିଲେ, ଆଉ ତାଙ୍କ କଥା ସତ ପ୍ରମାଣିତ କରିବା ପାଇଁ ରୋଗୀଙ୍କୁ ବେହୋସ କରି ଏକ ବନ୍ଦ କୋଠରୀରେ ନେଇ ପିଟି ପିଟି ସେମାନଙ୍କୁ ଜୀବନରୁ ମାରିଦେଉଥିଲେ । କୁହାଯାଉଛି କି ଏଠାରେ ଯେଉଁ ରୋଗୀମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ଆତ୍ମା ଏହି କୋଠରୀରେ ଘୁରି ବୁଲୁଛି ଆଉ ସେମାନେ ରାତିରେ ଚିତ୍କାର କରୁଛନ୍ତି ।