fbpx

Twitter Down: ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡାଉନ ହେଲା ଟ୍ୱିଟର, କାରଣ ସ୍ପଷ୍ଟ କଲେ ଏଲନ

ନୂଆଦିଲ୍ଲୀ:ପୁଣି ଥରେ ଟ୍ୱିଟର ଡାଉନ। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ୟୁଜର୍ସ। ଦୀର୍ଘ ସମୟ ଧରି ଏଭଳି ଅସୁବିଧା ଚାଲିଥିଵାବ  ବେଳେ ଏବେ ଟ୍ୱିଟରର ସେବା ପୁଣି ଥରେ ସ୍ୱାଭାବିକ ହୋଇଛି । କମ୍ପାନୀ ଏହାର ଅଫିସିଆଲ୍ ସପୋର୍ଟ ହ୍ୟାଣ୍ଡେଲ @ ଟ୍ୱିଟର ସପୋର୍ଟ ପୋଷ୍ଟ କରିଛି।
କମ୍ପାନୀ ଟ୍ୱିଟ୍ କରି କହିଛି ଯେ ବର୍ତ୍ତମାନ ଟ୍ୱିଟର ପୂର୍ବ ପରି କାମ କରୁଛି। ତେବେ ମାର୍ଚ୍ଚ ୬ରେ ହଠାତ୍ ଟ୍ୱିଟରର କିଛି ସମୟ ପାଇଁ ଡାଉନ ହେଇଯାଇଥିଲା । ଯାହା ପରେ ୟୁଜର୍ସ ମାନଙ୍କ ଅସୁବିଧା ଆରମ୍ଭ ହୋଇଯାଇଥିଲା। କମ୍ପାନୀ ଅନୁଯାୟୀ, ଟ୍ୱିଟରରେ କିଛି ଆଭ୍ୟନ୍ତରୀଣ ପରିବର୍ତ୍ତନର ପାଇଁ ଏଭଳି ଘଟିଥିଲା । ସପ୍ତାହରେ ଏହା ଦ୍ୱିତୀୟ ଥର ପାଇଁ ଟ୍ୱିଟର ରେ ଏଭଳି ଅସୁଵିଧା ଦେଖିବାକୁ ମିଳିଥିଲା ।

ଆଉଟେଜ୍ ମନିଟରିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଅନୁଯାୟୀ, ଟ୍ୱିଟରରେ ରାତି ୧୦.୪୫ ପର୍ଯ୍ୟନ୍ତ ଭାରତୀୟ ବ୍ୟବହାରକାରୀଙ୍କ ଠାରୁ ୧,୩୩୮ ଟି ଅଭିଯୋଗ ଆସିଥିଲା ।

ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ କିଛି ଯାନ୍ତ୍ରିକ ତ୍ରୁଟିର ଝଲକ (downdetector nettweet )ଦେଖାଦେଇଥିଲା , ଯେଉଁଥିପାଇଁ ଉପଭୋକ୍ତାମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡିଥିଲା।

ସୂଚନାମୁତାବକ ଏହା ପୂର୍ବରୁ, ଗତ ସପ୍ତାହରେ ମଧ୍ୟ ଟ୍ୱିଟର ବ୍ୟବହାରକାରୀଙ୍କୁ ନ୍ୟୁଜ୍ ଫିଡରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ​​। ତେବେ ଟ୍ୱିଟର ୟୁଜର୍ସ ଏହି ଭଳି ସମସ୍ୟା ବାରମ୍ବାର ସାମ୍ନା କରୁଛନ୍ତି ।

Get real time updates directly on you device, subscribe now.