fbpx

ଛାତି, ଅଣ୍ଟା ସାଇଜ୍ ଅନୁସାରେ ଖୋଜାଚାଲିଛି ବୋହୁ, ମାଟ୍ରିମୋନିଆଲ୍ ବିଜ୍ଞାପନରେ ଯୁବକଙ୍କ ଅଜବ ଡିମାଣ୍ଡ

ନୂଆଦିଲ୍ଲୀ: ମାଟ୍ରିମୋନିଆଲ୍ ବିଜ୍ଞାପନରେ କିଛି ଯୁବକ ସୀମାପାର୍ କରିଯାଆନ୍ତି । ଯାହାକୁ ଦେଖିଲେ ଆପଣ ମାନେ ଭାବିବାକୁ ବାଧ୍ୟ ହୋଇଯିବେ ଯେ, ଯୁବକ ମାନେ ମାଟ୍ରିମୋନିଆଲ୍ ସାଇଟ୍ କୁ ଥଟ୍ଟା ତାମସା ଓ ମଜା-ମସ୍ତି କରିବାକୁ ବ୍ୟବହାର କରୁଛନ୍ତି । ଏହି କ୍ରମରେ ଜଣେ ୧୫ ବର୍ଷୀୟ ଯୁବକ ମାଟ୍ରିମୋନି ବିଜ୍ଞାପନରେ ଏପରି କିଛି ମୁଲ୍ୟାଙ୍କନ ଅନୁସାରେ ଝିଅ ଖୋଜୁଛନ୍ତି ଯାହା ଏବେ ସମସ୍ତଙ୍କ ଚକିତ କରିଛି । ବିଜ୍ଞାପନଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ପରେ ଉକ୍ତ ଯୁବକ ଉପରେ ଆକ୍ରୋଶ ଜାହିର କରିଛନ୍ତି ।

ବ୍ୟକ୍ତି ଜଣକ ବିଜ୍ଞାପନର ପ୍ରଥମ ତିନି ଲାଇନ୍ ରେ ଏପରି କିଛି ଡିମାଣ୍ଡ କରିଛନ୍ତି ଯାହ।।କୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ୧୩ ଟି ମୁଲ୍ୟାୟନ ଆଧାରରେ ଝିଅ ଖୋଜୁଛନ୍ତି । ରକ୍ଷଣଶୀଳ, ଉଦାର, ପ୍ରୋ-ଲାଇଫ୍ ଠାରୁ ଆରମ୍ଭ କରି ସ୍ତନ ସାଇଜ୍ ଓ ଅଣ୍ଟା ସାଇଜ୍ ପର୍ଯ୍ୟନ୍ତ ସବୁକିଛି ଆଧାରରେ ଯୁବକ ବିଜ୍ଞାପନ ଦେଇଛନ୍ତି । ବିଜ୍ଞାପନ ରେ ଲେଖାଯାଇଛି ଯେ, ତାଙ୍କ ଜୀବନ ସାଥୀ ମ୍ୟାନିକ୍ୟୋର୍, ପେଡିକ୍ୟୋର୍ ଓ ସଫା ସୁତୁରା ଓ ଗୋରୀ ହୋଇଥିବା ଆବଶ୍ୟକ ।

ସାଧାରଣତଃ ଜଣେ ବ୍ୟକ୍ତି ନିଜ ଜୀବନ ସାଥୀ ସ୍ୱଚ୍ଛତା ରକ୍ଷା କରୁ ବୋଲି ଚାହିଁଥାଏ ହେଲେ ଏଠାରେ ଉକ୍ତ ଯୁବକ ଜଣକ ଏପରି କିଛି ଡିମାଣ୍ଡ କରିଛନ୍ତି ଯାହା ଖୁବ୍ ଅଜବ ଦେଖିବାକୁ ମିଳିଛି । ଆଗକୁ ସେ ଲେଖିଛନ୍ତି ଯେ, ଯୁବତୀ ଜଣଙ୍କର ପୋଷାକ ୮୦ ପ୍ରତିଶତ କାଜୁଆଲ୍ ଓ ୨୦ ପ୍ରତିଶତ ଫର୍ମାଲ୍ ହୋଇଥିବା ଦରକାର । ଏହା ବ୍ୟତୀତ ଖଟରେ ଶୋଉଥିବା ସମୟରେ ପୋଷାକ ପିନ୍ଧୁଥିବ । ଏତିକି ରେ ଡିମାଣ୍ଡ ସରିଯାଇନି ଆଗକୁ ଆହୁରି ଅଜବ ଜିନିଷ ଲେଖାଯାଇଛି ଯେ, ସେ କୋଉ ବୟସର ଝିଅ ଖୋଜୁଛି ତାହା ମଧ୍ୟ ଲେଖାଯାଇଛି । ୧୮ରୁ ୨୬ ବର୍ଷ ବୟସ ମଧ୍ୟରେ ସେ ଯୁବତୀ ସନ୍ଧାନ କରୁଛନ୍ତି । ଏହି ବିଜ୍ଞାପନଟି ଭାଇରାଲ୍ ହେବାପରେ ସୋସିଆଲ ମିଡିଆ ୟୁଜର୍ସ ମାନେ ଖୁବ୍ ଟ୍ରୋଲ୍ କରିଛନ୍ତି ।

Get real time updates directly on you device, subscribe now.