fbpx

‘ଅଦ୍ଭୁତ ଚେହେରା, ଅବିଶ୍ୱସନୀୟ ରଙ୍ଗ…’: କେଉଁଠୁ ଆସିଲା ଏହି ଧଳା କୁମ୍ଭୀର?

ନୂଆଦିଲ୍ଲୀ: କୁମ୍ଭୀର ନାଁ ଶୁଣିଲେ ଯେତିକି ଭୟ ଲାଗେ, ଏହାକୁ ଦେକିବକା ପାଇଁ ସେତିକି ମଜା ବି ଲାଗେ । ତେବେ ଯଦି କେବେ କୁମ୍ଭୀର କଥା କୁହାଯାଏ, ଏହାର ରଙ୍ଗ କଳା କିମ୍ବା ବାଦାମୀ ରଙ୍ଗ ହିଁ ମନକୁ ଆସେ । ଏହାସହିତ ରୂପ ଚଉଡ଼ା ଏବଂ ଲମ୍ବା ମୁହଁ ଓ ମଜବୁତ ଚମଡ଼ା ଆପେ ଆପେ ମନେ ପଡ଼ିଯାଏ । କିନ୍ତୁ ବର୍ତ୍ତମାନ ଏକ ଅଦ୍ଭୁତ କୁମ୍ଭୀରକୁ ଦେଖିବାକୁ ମିଳିଛି । ଯାହାର ରଙ୍ଗ ସବୁ କୁମ୍ଭୀର ମାନଙ୍କ ଭଳି ନୁହେଁ । ଏହି କୁମ୍ଭୀରର ରଙ୍ଗ ଧଳା ହୋଇଥିବା ବେଳେ ଏଭଳି କୁମ୍ଭୀର ପୃଥିବୀରେ ପ୍ରଥମ ଥର ପାଇଁ ଦେଖା ହୋଇଛି । ଏହାର ରୂପ-ରଙ୍ଗ ଏବଂ ଗଢଣୀକୁ ଦେଖିଲେ ଏହାକୁ ଅସାଧାରଣ ଏବଂ ଦୁର୍ଲଭ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ଆମେରିକାର ଫ୍ଲୋରିଡ଼ା ଅଞ୍ଚଳରେ ଦେକିବାକୁ ମିଳିଛି ଏଭଳି ଏକ ବିରଳ କୁମ୍ଭୀର । ପୃଥିବୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଧଳା ରଙ୍ଗର କୁମ୍ଭୀର । ବର୍ତ୍ତମାନ ଫ୍ଲୋରିଡାର ଗେଟୋରଲାଣ୍ଡରେ ପାଳନ ହେଉଛି ହ୍ୱାଇଟ କ୍ରିସମାସ । ତେବେ ବରଫପାତ ପାଇଁ ନୁହେଁ, ବରଂ ଏକ ଅସାଧାରଣ ଦୁର୍ଲଭ ଲୁସିଷ୍ଟିକ ଧଳା କୁମ୍ଭୀରର ଆଗମନରେ ଏହି ଉତ୍ସବ ପାଳନ ହେଉଛି । ପୃଥିବୀରେ ଜଣାଶୁଣା ୮ଟି ପ୍ରଜାତିର କୁମ୍ଭୀରମାନଙ୍କୁ ମଧ୍ୟରୁ ଏ ହେଉଛି ଗୋଟିଏ ପ୍ରଜାତି । ତେବେ ଏହି କୁମ୍ଭୀର ମଣିଷର ଲାଳନପାଳନରେ ଜନ୍ମ ନେଉଥିବା ପ୍ରଥମ ପ୍ରଜାତି । ଏହି କୁମ୍ଭୀର ନିଜ ଆଗମନ ସହିତ ବୈଶ୍ୱିକ ସ୍ତରରେ ଦୁର୍ଲଭ କୁମ୍ଭୀରଙ୍କ ସବୁଠାରୁ ବଡ଼ ଘରର ମାଲିକ ରୂପରେ ଗେଟୋରଲାଣ୍ଡର ସ୍ଥିତିକୁ ମଜବୁତ କରିଛି । ଗେଟୋରଲାଣ୍ଡ ହେଉଛି ଫ୍ଲୋରିଡ଼ାରେ ସ୍ଥିତ ଏକ ଥିମ ପାର୍କ, ଯେଉଁଠାରେ ବିଭିନ୍ନ ଦୁର୍ଲଭ ପ୍ରଜାତିର ଜୀବ ବସବାସ କରିଥାନ୍ତି ।

ଗେଟୋରଲାଣ୍ଡର ଅଧ୍ୟକ୍ଷ ଏବଂ ସିଇଓ ମାର୍କ ମାକ୍ୟୁ କହିଛନ୍ତି ଯେ, ଆମ ନିକଟରେ ଲୁଧିଆନା ଆଲିଗେଟରର ବସା ପ୍ରଥମେ ଲୁଧିଆନାର ଜଳାଶୟରେ ଆବିଷ୍କୃତ ହୋଇଥିଲା । ଏହାପରେ ପ୍ରଥମ ଥର ପାଇଁ ସେହି ପ୍ରଥମ କୁମ୍ଭୀରରୁ ଏକ ପ୍ରଥମ ଧଳା କୁମ୍ଭୀର ଜନ୍ମ ନେଇଥିବା ରେକର୍ଡ କରାଯାଇଛି । ଏହା ସମ୍ପୂର୍ଣ୍ଣ ଅସାଧାରଣ ଏବଂ ଦୁର୍ଲଭ । ସେ କହିଛନ୍ତି ଯେ ଏହି ନବଜାତ କୁମ୍ଭୀର ଜେୟାନ୍ ଏବଂ ଆସଲେଙ୍କ ସନ୍ତାନ ହୋଇଥିବା ବେଳେ ଏହି କୁମ୍ଭୀରର ଅନ୍ୟ ଭାଇ-ଭଉଣୀଙ୍କ ରଙ୍ଗ ସମାନ ଅଟେ ।
ଏହି କୁମ୍ଭୀରର ଓଜନ ପ୍ରାୟ ୯୬ ଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୧୦୦ ସେମିରୁ କମ୍ । ଏହି ଦୁଇ କୁମ୍ଭୀରମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଏମାନଙ୍କୁ A+ ପ୍ରଦାନ କରାଯାଇଛି । ସେମାନେ ବର୍ତ୍ତମାନ କଞ୍ଚା ଛୋଟ ଚିକେନ୍ ଖଣ୍ଡ ଏବଂ ଅନ୍ୟାନ୍ୟ ପୁଷ୍ଟିକର ସପ୍ଲିମେଣ୍ଟର ଖାଉଛନ୍ତି ।

Get real time updates directly on you device, subscribe now.