fbpx

ମରକ୍କୋରେ ଭୂମିକମ୍ପ ପୂର୍ବରୁ ଦେଖା ଦେଇଥିଲା ଅଦ୍ଭୁତ ଆଲୋକ, ପୁଣି ଆମେରିକାର ସେନା ଲ୍ୟାବ ଉପରେ ଉଠିଲା ପ୍ରଶ୍ନ

ମରକ୍କୋ : କେତେକ ଧନୀ ଦେଶ ବର୍ଷାକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଯଦି ସମସ୍ତ ପ୍ରାକୃତିକ ଜିନିଷ ମନୁଷ୍ୟର ନିୟନ୍ତ୍ରଣରେ ହୋଇଯାଏ! ତେବେ ଶତ୍ରୁ ସହଜରେ ଅନ୍ୟ ଉପରେ ଆକ୍ରମଣ କରି ପାରିବ । ଯେପରିକି ଶତ୍ରୁ ନିଜେ ଚାହିଁଲେ, ଅନ୍ୟ ଦେଶରେ ଭୁମିକମ୍ପ ସୃଷ୍ଟି କରିପାରିବ ଏବଂ ସେ ଯଦି ଚାହିଁବ ତେବେ ସୁନାମିରେ ମଧ୍ୟ ବିନାଶ ସୃଷ୍ଟି କରିପାରିବ । ଏହା ହେଉଛି ପାଣିପାଗ ଯୁଦ୍ଧ । ପରମାଣୁ ଅପେକ୍ଷା ଏହା ଅଧିକ ବିପଜ୍ଜନକ ଅଟେ । ବର୍ତ୍ତମାନ ମରକ୍କୋ ଭୂମିକମ୍ପକୁ ନେଇ ଆମେରିକା ଉପରେ ଅଭିଯୋଗ ଲଗାଯାଇଛି ।

ଏଠାରେ ହୋଇଥିବା ଭୂମିକମ୍ପର ମୃତ୍ୟୁ ସଂଖ୍ୟା ୩ହଜାରକୁ ଛୁଇଁଛି । ଏହି ବିପର୍ଯ୍ୟୟର କେନ୍ଦ୍ରସ୍ଥଳ ଆଟଲାସ ପର୍ବତ ଭିତରେ ଥିଲା । ଏଠାରେ ଭୂମିକମ୍ପ ଆସିବା କିଛି ନୂଆଁ କଥା ନୁହଁ, କିନ୍ତୁ ଏପରି ବିନାଶ ଗତ ଦଶନ୍ଧି ମଧ୍ୟରେ ଦେଖାଯାଇ ନଥିଲା । ଗୋଟେ ପଟେ ସରକାର ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗିଥିବା ବେଳେ ଅନ୍ୟପଟେ ଷଡ଼ଯନ୍ତ୍ର ଥିଓରୀ ଉପରେ ମଧ୍ୟ ନଜର ପଢିଛି । ଏହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି ।

ବାସ୍ତବରେ କିଛିଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କି ବିପର୍ଯ୍ୟୟ ପୂର୍ବରୁ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇ ଥିଲା । ଏହାକୁ ଦେଖି ସନ୍ଦେହ ସୃଷ୍ଟି ହେଲା ଯେ, ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ କିଛି ହାଇଟେକ ଲ୍ୟାବର କାର୍ଯ୍ୟ ବୋଲି କୁହାଯାଉଛି । ଏହି ସବୁକୁ ଦୃଷ୍ଟିରେ ରଖି ଆମେରିକା ସେନାର ଲ୍ୟାବ ଉପରେ ପୁଣି ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.