fbpx

Stree 2 Teaser Out: ଏଥର ଚନ୍ଦେରିରେ ଆଜାଦୀ ଦିନ ହେବ ଆତଙ୍କ, ରିଲିଜ ହେଲା ସ୍ତ୍ରୀ ୨ ସିନେମାର ଲୋମଟାଙ୍ଗୁରା ଟିଜର

Advertisement

ଓଡିଶା ଭାସ୍କର: ରାଜକୁମାର ରାଓ  ଓ ଶ୍ରଦ୍ଧା କପୁର ଷ୍ଟାରର ସିନେମା ‘ସ୍ତ୍ରୀ ୨’ ସିନେମା ୨୦୨୪ ବର୍ଷର ସବୁଠୁ ବଡ ହରର ସିନେମା ହୋଇପାରେ । ଫ୍ୟାନ୍ସ ଏହି ସିନେମାର ରିଲିଜକୁ ଚାତକ ପରି ରହିଛନ୍ତି । ଲମ୍ବା ସମୟ ପରେ ‘ସ୍ତ୍ରୀ ୨’ ର ଟିଜର ରିଲିଜ କରାଯାଇଛି । ମେକର୍ସ ଅପକମିଂ ସିନେମାର ଟିଜର ଆଜି ରିଲିଜ କରିଛନ୍ତି ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଏହାକୁ ପ୍ରଥମେ ସିନେମା ଘରରେ ରିଲିଜ କରାଯାଇଥିଲା । ଆଉ ଏବେ ରାଜକୁମାର ରାଓ ନିଜ ସୋସିଆଲ ମିଡିଆ ଆକାଉଣ୍ଡରେ ଏହାକୁ ସେୟାର କରିଛନ୍ତି ।

‘ସ୍ତ୍ରୀ ୨’ ର ଦମଦାର ଟିଜରର ଆରମ୍ଭରେ ଜଣେ ମହିଳା ଗୋଟିଏ ବଡ ମୂର୍ତ୍ତିରେ କ୍ଷୀର ଚଢାଉଥିବାର ଦେଖିବାକୁ ମିଳୁଛି । ଏହାର ତଳେ ଲେଖା ହୋଇଛି ‘ଓଃ ସ୍ତ୍ରୀ ରକ୍ଷା କର’ । ଏହାପରେ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଆପାର ଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀ ନଜର ଆସୁଛନ୍ତି । ସେମାନେ ଆଶ୍ଚର୍ଯ୍ୟଚକିତ ଭାବରେ କୌଣସି ଜିନିଷକୁ ଦେଖୁଛନ୍ତି । ସେମାନେ କହୁଛନ୍ତି ଏହା ତ ସତ୍ୟ ହୋଇଗଲା । ତାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି ଓ ଲୋକେ କହିବାକୁ ଲାଗୁଛନ୍ତି ‘ସ୍ତ୍ରୀ ପୁଣିଥରେ ଆସିଗଲା’ ।
ସ୍ତ୍ରୀର ଚରିତ୍ରରେ ଶ୍ରଦ୍ଧା କପୁର ନଜର ଆସୁଛନ୍ତି । ଟିଜରରରେ ତମନ୍ନା ଭାଟିଆ ବି ଦେଖିବାକୁ ମିଳିଛନ୍ତି । ପୁଙ୍ଖାନୁପୁଙ୍ଖ ଭାବରେ ଟିଜରକୁ ବହୁତ ସୁନ୍ଦର ହୋଇଛି ଓ ଲୋକେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ସ୍ୱତନ୍ତ୍ରତା ଦିବସରେ ଏହା ରିଲିଜ ହେବାକୁ ଯାଉଛି । ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଲେଭେଲକୁ ଏହା ଦ୍ୱିଗୁଣିତ କରି ପାରିଛି । ଜଣେ ୟୁଜର୍ସ ଲେଖିଛନ୍ତି ଏହା ବେଷ୍ଟ କମବ୍ୟାକ ଅଟେ ।

 

View this post on Instagram

 

A post shared by Maddock Films (@maddockfilms)

Get real time updates directly on you device, subscribe now.