fbpx

ସ୍କୁଲରେ ଅନୁପସ୍ଥିତ ଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ; ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କଲେ ଜିଲ୍ଲାପାଳ

Advertisement

ନବରଙ୍ଗପରୁ: ବେନିୟମ ଭାବରେ ବର୍ଷ ବର୍ଷ ଧରି ବିନା ଛୁଟିରେ ବିଦ୍ୟାଳୟରେ ଅନୁପସ୍ଥିତି କିଛି ଶିକ୍ଷକମାନଙ୍କୁ ମହଙ୍ଗା ପଡିଛି । ଫଳରେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି । ତେବେ ୨୦୧୦ ମସିହାରୁ ୨୦୨୨ ମସିହା ମଧ୍ୟରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର କିଛି ବିଦ୍ୟାଳୟରେ ୩୦ ଜଣ ଶିକ୍ଷକ ୨୦୧୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବିଦ୍ୟାଳରେ ଅନୁପସ୍ଥିତ ଥିଲେ । ଫଳରେ ସେମାନଙ୍କୁ ସୋ କଜ୍ ମଗାଯାଇଥିଲା ।ସେମାନଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ ସୋ କଜ୍ ନୋଟିସ୍ ଦେଇଥିବା ବେଳେ ଅନୟ ୨୪ ଜଣ ଶିକ୍ଷକ ଏହା ଉତ୍ତର ଦେଇ ନଥିଲେ । ଫଳରେ ସେମାନଙ୍କ ଉପରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ତେବେ ନବରଙ୍ଗ ପୁର ଜିଲ୍ଲାର ରାଇଘରରୁ ସର୍ବାଧିକ ୭ ଜଣ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।

ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କର ତାଲିକା ମଗାଯାଇଥିଲା । ସେହି ତାଲିକା ଜିଲ୍ଲାପାଳଙ୍କର ହସ୍ତଗତ ହେବାପରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ୭ ଦିନ ମଧ୍ୟରେ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବା ପାଇଁ ନୋଟିସ୍‍ ଜାରି କରାଯାଇଥିଲା । ଏହାପରେ କିଛି ଶିକ୍ଷକ ସେମାନଙ୍କର ଉତ୍ତର ରଖିଥିଲେ। ତେବେ ୭ ଦିନ ବିତିଯାଇଥିଲେ ମଧ୍ୟ ୨୪ ଜଣ ଶିକ୍ଷକ କୌଣସି ଉତ୍ତର ରଖି ନ ଥିଲେ। ଏ ନେଇ ଜିଲ୍ଲାପାଳ ତଥା ନିଯୁକ୍ତିଦାତା ୬ ଜାନୁଆରୀ ୨୦୨୩ରେ,୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ।

ତେବେ ନବରଙ୍ଗପୁରରେ ଶିକ୍ଷକମାନଙ୍କ କାର୍ଯ୍ୟକୁ ନେଇ ଅନେକ ଅଭିଯୋଗ ହୋଇଆସୁଥିବା ବେଳେ ଏନେଇ ପ୍ରଶାସନ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା ଏବଂ ସେମାନଙ୍କ ନିକଟକୁ ଲମ୍ବା ଛୁଟିର କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଥିଲା । ଯେଉଁଥିରେ କିଛି ଶିକ୍ଷକ ସେମାନଙ୍କ ଉତ୍ତର ରଖିଥିବା ବେଳେ କିଛି କିଛି ଉତ୍ତର ଦେଇ ନଥିଲେ । ଫଳରେ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ତେବେ ପୂର୍ବରୁ ୨୪ ଜଣ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଥିବା ବେଳେ ମର୍ତ୍ତମାନ ମଧ୍ୟ ୨୪ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।

Get real time updates directly on you device, subscribe now.