fbpx

ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ଆଜି ଭୀମ ଆର୍ମି ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଢ଼ିଥିବା ଦେଖିବାକୁ ମିଳିଛି । ଯେମିତିକି ସମ୍ଭଲପୁର, ବଲାଙ୍ଗୀର, ରାୟଗଡ଼ା ଓ ଢ଼େଙ୍କାନାଳରେ ବନ୍ଦର ପ୍ରଭାବ ପଢ଼ିଛି । ବନ୍ଦ ପାଳନ ଯୋଗୁଁ ସମ୍ବଲପୁର ଷ୍ଟେସନରେ ଟ୍ରେନ ଅଟକିଛି । ସେହିପରି ପୁରୀ-ସମ୍ବଲପୁର ଇଣ୍ଟରସିଟିକୁ ଅଟକାଇଛନ୍ତି ଆନ୍ଦୋଳନକାରୀ । ବଲାଙ୍ଗୀର ଷ୍ଟେସନରେ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଅଟକିଛି । କଣ୍ଟାପଣିଆ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ରାୟଗଡ଼ାରେ ବି ଦେକାନ ବଜାର ବନ୍ଦ ହେବା ସାଙ୍ଗକୁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.