ଜୋରଦାର ଭୂକମ୍ପରେ ଥରି ଉଠିଲା ବଙ୍ଗୋପସାଗର: ମରକ୍କୋ ପରେ ପାଣି ଭିତରେ ଭୂମିକମ୍ପ

ପଶ୍ଚିମବଙ୍ଗ: ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ଭିତରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୪ ତୀବ୍ରତା ବୋଲି ଜଣା ପଡିଛି । ଭୂକମ୍ପର ଗଭୀରତା ୭୦ କିଲୋମିଟର ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି । ବିଳମ୍ବିତ ରାତି ପ୍ରାୟ ୦୧.୨୯.୦୬ରେ ଭୂକମ୍ପ ହୋଇଥିଲା ।

ଏହା ପୂର୍ବରୁ ଆଫିକା ଦେଶ ମରକ୍କୋରେ ୯ ସେପ୍ଟେମ୍ବର ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ୨,୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ମରକ୍କୋରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ପରିଣାମ ଏତେ ଭୟଙ୍କର ଯେ, ଏବେ ପର୍ଯ୍ୟନ୍ତ ସେଠାରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଏହି ଭୂକମ୍ପ ୩୫୦ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥିଲା ।

କାହିଁକି ହୁଏ ଭୂକମ୍ପ?

ପୃଥିବୀ ମଧ୍ୟରେ ୭ଟି ଟେକଟୋନିକ ପ୍ଲେଟ ଅଛି । ଏହି ପ୍ଲେଟ ଗୁଡିକ ଘୂରି ବୁଲେ । ଯେତେବେଳେ ଏହି ପ୍ଲେଟ ପରସ୍ପର ମଧ୍ୟରେ ଧକ୍କା ହୋଇଥାଏ, ସେତେବେଳେ ଭୂକମ୍ପ ଝଟକା ଲାଗିଥାଏ । ଭୂକମ୍ପ ମାପିବା ପାଇଁ ରିକ୍ଟର ସ୍କେଲର ବ୍ୟବହାର ହୋଇଥାଏ । ଏଥିରେ ଭୂକମ୍ପ ହୋଇଥିବା ସ୍ଥାନରେ କେତେ ପରିମାଣର ଭୂକମ୍ପ ହୋଇଛି ଏବଂ ଏହାର ଗଭୀରତା କେତେ ତାହା ମପା ଯାଇଥାଏ । ଏହି ସ୍କେଲରେ ୧ରୁ ୯ ପର୍ୟ୍ୟନ୍ତ ଥାଏ । ୧ ମାନେ ସବୁଠାରୁ କମ ଭୂକମ୍ପ ହୋଇଥାଏ ଏବଂ ୯ ଅର୍ଥାତ ସବୁଠାରୁ ଅଧିକ ଭୂକମ୍ପ ହୋଇଥାଏ । ଯଦି ଭୂକମ୍ପ ୭ ଦେଖାଉଛି ତେବେ ଏହା ପାଖା ପାଖି ୪୦ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥାଏ । ଭୂକମ୍ପ ୪ ପ୍ରକାରର ହୋଇଥାଏ । ପ୍ରଥମ ଇନଣ୍ଡ୍ୟୁସ ଭୂମିକମ୍ପ, ୨ୟ ଭଲକାନୀକ ଭୂକମ୍ପ, ୩ୟ କୋଲାପସ ଭୂକମ୍ପ, ୪ର୍ଥ ଏକ୍ସପ୍ଲୋଜନ ଭୂକମ୍ପ ।