CHARIDHAM

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଆତଙ୍କ ସୃଷ୍ଟି କଲା ଭୟଙ୍କର ଭୂମିକମ୍ପ

ଇରାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ।

ଇରାନ: ଶକ୍ତିଶାଳୀ ଭୂମିକମ୍ପ ଝଟକା। ଇସ୍ରାଏଲ ସହିତ ଇରାନର ଯୁଦ୍ଧ ପରିସ୍ଥିତି ଭିତରେ ଯୁଦ୍ଧଗ୍ରସ୍ତ ସେମନାନରେ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।  ରିକ୍ଟର ସ୍କଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି।

୫.୧ ତୀବ୍ରତାର ଏହି ଭୂମିକମ୍ପ ଚିନ୍ତାର ବିଷୟ ପାଲଟିଛି କାରଣ ଏସ୍ରାଏଲ ଇରାନର ଏହି ଅଞ୍ଚଳ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଆଉ ଏବେ ଶକ୍ତିଶାଳୀ ଭିମିକମ୍ପ ଅନୁଭୂତ ହୋଇଛି। ହେଲେ ଏବେସୁଦ୍ଧା ଭୂମିକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ଆସିନାହିଁ।

ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ୧୦ କିଲୋମିଟର ଗଭୀରତାର ଏହି ଭୂମିକମ୍ପ ଚିନ୍ତାର କାରଣ ସାଜିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ୱା ମୃତାହତଙ୍କ ରିପୋର୍ଟ ଆସିନାହିଁ।

ଭୂମିକମ୍ପଟି ତେହେରାନ ନିକଟବର୍ତ୍ତୀ ସେମନାନରୁ ପ୍ରାୟ ୩୫ କିଲୋମିଟର ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀୟ ଇରାନରେ ଘଟିଛି। ଭୂମିକମ୍ପ ଯୁଦ୍ଧଗ୍ରସ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ଇସ୍ରାଏଲ ଏବଂ ଇରାନ ନିରନ୍ତର ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି। ଇସ୍ରାଏଲୀ ଆକ୍ରମଣରେ ଏପର୍ଯ୍ୟନ୍ତ ଇରାନରେ ୬ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଛି।