ଏମିତି ସ୍କୁଲ, ମଧ୍ୟାହ୍ନ ଭୋଜନ କୁକୁର ଖାଇବା ପରେ ପିଲା ଖାଇଥାନ୍ତି
କେତେବେଳେ ପିଲାଙ୍କ ଖାଦ୍ୟରେ ପୋକ ତ ପୁଣି କେତେବେଳେ ରନ୍ଧା ଖାଦ୍ୟରେ ଝିଟିପିଟି ପଡି ପିଲା ଅସୁସ୍ଥ ହେବାର ଖବର ରହିଛି ।
ନୂଆଦିଲ୍ଲୀ– ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି କୁକୁର ଅଇଁଠା । ଆଗ କୁକୁରଙ୍କୁ ଖାଇବାକୁ ଦେଇ ଛୋଟପିଲାଙ୍କୁ ସେହି ଅଇଁଠା ଖାଦ୍ୟ ବଣ୍ଟନ କରାଯାଉଛି । ଏହି ଖାଦ୍ୟ ଖାଇ କିଛି ପିଲା ଅସୁସ୍ଥ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଭାରି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପିଲାଙ୍କ ଭିତରେ ପୁଷ୍ଟିହିନତା ଦୂର କରିବାକୁ ଆମ ଦେଶରେ ସ୍କୁଲଗୁଡିକରେ ମଧଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ମଧ୍ୟ ଅନେକ ବିବାଦ ରହିଛି । କେତେବେଳେ ପିଲାଙ୍କ ଖାଦ୍ୟରେ ପୋକ ତ ପୁଣି କେତେବେଳେ ରନ୍ଧା ଖାଦ୍ୟରେ ଝିଟିପିଟି ପଡି ପିଲା ଅସୁସ୍ଥ ହେବାର ଖବର ରହିଛି ।
ତେବେ ଚୀନର ଏକ ସରକାରୀ ସ୍କୁଲରେ ପିଲାଙ୍କୁ କୁକୁର ଅଇଁଠା ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିବାଦ ତେଜ ହୋଇଛି ।
ଚୀନରେ ସାଧାରଣତଃ ସ୍କୁଲରେ ମଧ୍ୟହ୍ନ ଭୋଜନରେ ପ୍ରଥମେ ବଡ ପିଲାଙ୍କୁ ଖାଦ୍ୟ ଦିଆଯାଏ । ସେମାନେ ଖାଇବା ପରେ ସେହି ଖାଦ୍ୟ କୁକୁରଙ୍କୁ ଦେଇ କୁକୁରଠାରୁ ଯାହା ବଳେ ଛୋଟ ପିଲାଙ୍କ ଭିତରେ ବଣ୍ଟାଯାଏ ।
ତେବେ ଏକ ସ୍କୁଲରେ ବଡ ପିଲାଙ୍କୁ ଖାଦ୍ୟ ଦେବା ପରେ କୁକୁରକୁ ଖାଦ୍ୟ ଦିଆଗଲା । କୁକୁର ଖାଇବା ପରେ ଯାହା ବଳିଲା ତାକୁ ଛୋଟ ପିଲାଙ୍କୁ ପରସା ଗଲା ।
କିନ୍ତୁ କିଛି ପିଲା ଅସୁସ୍ଥ ହୋଇଗଲାରୁ ଘଟଣା ସାମ୍ନାକୁ ଆସିବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହାକୁ ନେଇ ଲୋକେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।