ତିନି ମହଲାରୁ ଡ଼େଇଁ ପଡ଼ିଲେ ଛାତ୍ର, ଚାଲିଗଲା ଜୀବନ

କ୍ଲାସ ଚାଲିଥିବା ବେଳେ ବାଲକୋନିକୁ ଆସିଲେ। ସିଧାସଳଖ ତିନି ମହଲାରୁ ତଳକୁ ଡ଼େଇଁ ପଡ଼ିଲେ। କେହି କିଛି ବୁଝିବା ଆଗରୁ ଛାତ୍ରର ପ୍ରାଣବାୟୁ ଉଡ଼ିଗଲା।

ଆନ୍ଧ୍ରପ୍ରଦେଶ: ପୁଣି ଜୀବନ ହାରିଲେ ଆଉ ଜଣେ କଲେଜ ଛାତ୍ର। କ୍ଲାସରୁ ଆସିଲେ ତିନି ମହଲାରୁ ଡ଼େଇଁ ପଡ଼ିଲେ। କେହି କିଛି ବୁଝିବା ଆଗରୁ ପିଲାଟିର ପ୍ରାଣବାୟୁ ଉଡ଼ିଗଲା।

ଆନ୍ଧ୍ରପ୍ରଦେଶର ଏକ ଘରୋଇ କଲେଜରେ ଏପରି ଘଟଣା ଦେଖିବାକୁ ମିଳିଛି। ଯାହାର ସିସିଟିଭି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। କ୍ଲାସ ଚାଲିଥିବା ବେଳେ ଛାତ୍ର ଜଣଙ୍କ ବାହାରକୁ ଆସିଥିଲେ। ଏବଂ ବାଲକୋନି ଉପରୁ ତଳକୁ ଡ଼େଇଁ ପଡ଼ିଥିଲେ।

କାହିଁକି ହାରିଲେ ଜୀବନ: ମିଳିଥିବା ସୂଚନାନୁସାରେ,ଆନ୍ଧ୍ରପ୍ରଦେଶର ନାରାୟଣ କଲେଜରେ ଏହି ଘଟଣା ଘଟିଛି। ଗୁରୁବାର ଦିନ ୧୦ଟାରେ ଛାତ୍ର ଜଣଙ୍କ କଲେଜ ଆସିଥିଲେ। ଏବଂ କ୍ଲାସ ରୁମରେ ମଧ୍ୟ ୧୫ ମିନିଟ୍ କ୍ଲାସ କରିଥିଲେ।

ହେଲେ ୧୦.୧୫ମିନିଟ୍ ସମୟରେ ହଠାତ୍ କ୍ଲାସ ବାହାରକୁ ଆସିଥିଲେ। ଏବଂ କେହି କିଛି ବୁଝିବା ଆଗରୁ ତିନି ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ। ହେଲେ ସେ କାହିଁକି ଜୀବନ ହାରିଲେ ତାହା ଜଣାପଡିନାହିଁ।

ତଳକୁ ଡ଼େଇଁବା ପରେ: ଛାତ୍ର ଜଣଙ୍କ ହଠାତ୍ ତଳକୁ ଡ଼େଇଁ ପଡ଼ିବା ଦେଖି କ୍ଲାସ ରୁମରେ ଥିବା ଅନ୍ୟ ଛାତ୍ର ଓ ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ସେଠାକୁ ଦୌଡ଼ି ଆସିଥିଲେ।

ଏବଂ ତଳକୁ ଦେଖିବା ବେଳକୁ ପିଲାଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲା। ଛାତ୍ରଟିର ପ୍ରାଣବାୟୁ ଉଡ଼ିଯାଇଥିଲା।