ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲ ଛାତ୍ରୀ ଗର୍ଭବତୀ ହେଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା
ସ୍କୁଲ କିମ୍ୱା କଲେଜ ଛାତ୍ରୀ ଗର୍ଭବତୀ ହେଲେ ସରକାର ଦେବେ ଟଙ୍କା।
ରୁଷିଆ: ସରକାର ନେଲେ ବଡ଼ ନିଷ୍ପତ୍ତି। ଏଣିକି ସ୍କୁଲ ପିଲା ଗର୍ଭବତୀ ହେଲେ ମିଳିବ ଟଙ୍କା। ସେ ଟଙ୍କା ପୁଣି ହଜାରେ କି ଦୁଇ ହଜାରେ ନୁହେଁ ଲକ୍ଷ ଲକ୍ଷ ଟଙ୍କା।
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଅବଶ୍ୟ ଏହି ନିଷ୍ପତ୍ତି ଭାରତ ସରକାର ନେଇ ନାହାନ୍ତି। ବରଂ ରୁଷିଆରେ ଏପରି ଘୋଷଣା କରିଛନ୍ତି ସରକାର।
ଜନସଂଖ୍ୟା ବୃଦ୍ଧି: ତେବେ ଆଜିକାଲି ରୁଷ ରାଜନୈତିକ ପ୍ରସଙ୍ଗ ଅପେକ୍ଷା ଜନସଂଖ୍ୟା ସଙ୍କଟ ପାଇଁ ଅଧିକ ଖବରରେ ଅଛି। ଦେଶରେ କ୍ରମାଗତ ଭାବରେ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ପ୍ରବାସ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି।
ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା ପାଇଁ ରୁଷ ସରକାର ଏବେ ଏପରି କିଛି ପଦକ୍ଷେପ ନେଇଛନ୍ତି ଯାହା ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।
ଗର୍ଭବତୀ ମହିଳା ଛାତ୍ରୀଙ୍କ ପାଇଁ ଟଙ୍କା: ଏବେ ରୁଷର କିଛି ଅଞ୍ଚଳରେ ସ୍କୁଲ ଏବଂ କଲେଜ ଝିଅମାନେ ଗର୍ଭବତୀ ହେଲେ ସେମାନଙ୍କୁ ସିଧାସଳଖ ନଗଦ ବୋନସ୍ ଦିଆଯାଉଛି।
କେମେରୋଭୋ, କାରେଲିଆ, ଟୋମସ୍କ ଭଳି ଅଞ୍ଚଳରେ ଯଦି ଜଣେ ଛାତ୍ରୀ ଅତି କମରେ ୨୨ ସପ୍ତାହର ଗର୍ଭବତୀ ଏବଂ ସରକାରୀ ପ୍ରସୂତି କ୍ଲିନିକରେ ପଞ୍ଜିକୃତ ହୋଇଛନ୍ତି।
ତେବେ ତାଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା (100,000 ରୁବେଲ୍) ର ଏକକାଳୀନ ନଗଦ ପ୍ରୋତ୍ସାହନ ଦିଆଯାଉଛି। ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ… ମହିଳାମାନେ ଯେତେ ଶୀଘ୍ର ସନ୍ତାନ ଜନ୍ମ ଦେବେ, ସେତେ ଭଲ।
ଋଷରେ ଜନସଂଖ୍ୟା ହାର ହ୍ରାସ ପାଉଛି: ରିପୋର୍ଟ ଅନୁସାରେ, ୨୦୨୪ର ପ୍ରଥମରେ ରୁଷରେ କେବଳ ୫.୯୯ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ। ଯାହା ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ କମ୍ ସଂଖ୍ୟା।
ପ୍ରଥମ ଥର ପାଇଁ ମାସିକ ଜନ୍ମହାର ୧ ଲକ୍ଷ ତଳକୁ ଖସିଯାଇଛି। ଯାହା ଦେଶର ଭବିଷ୍ୟତ ପାଇଁ ଏକ ଚେତାବନୀଠାରୁ କମ୍ ନୁହେଁ। ଏହି କାରଣରୁ ସ୍କୁଲ-କଲେଜ ଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି।
ରୁଷରେ ଜନସଂଖ୍ୟା ସଙ୍କଟ: କେବଳ ଏତିକି ନୁହେଁ ରୁଷ ସରକାର ପୂର୍ବରୁ ଅନେକ ଯୋଜନା ଚଲାଉଛନ୍ତି, ଯେପରିକି:
ମାତୃତ୍ୱ ପୁଞ୍ଜି କାର୍ଯ୍ୟକ୍ରମ: ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସହାୟତା।
ଗୃହ ସବସିଡି ଏବଂ ମାଗଣା ଜମି। ମାସିକ ଶିଶୁ ଭତ୍ତା ଏବଂ ୩ ବର୍ଷର ମାତୃତ୍ୱ ଛୁଟି। ଟିକସ ରିହାତି ଏବଂ ସାମାଜିକ ସମ୍ମାନ।
ରୁଷ ସରକାରଙ୍କ ନୂଆ ନୀତି: କ୍ରେମଲିନ୍ ସ୍ପଷ୍ଟ କରିଛି ଯେ ଯଦି ଏହି ହ୍ରାସ ବନ୍ଦ ନହୁଏ, ତେବେ ୨୧୦୦ ମସିହା ସୁଦ୍ଧା ରୁଷିଆର ଜନସଂଖ୍ୟା ୧୪୬ ନିୟୁତରୁ ୭୪ ନିୟୁତକୁ ହ୍ରାସ ପାଇବ। ଏହି କାରଣରୁ ଏହା ଏବେ କେବଳ ଏକ ସାମାଜିକ ନୁହେଁ ବରଂ ଏକ ଜାତୀୟ ପ୍ରାଥମିକତା ପାଲଟିଛି।