ଭୁବନେଶ୍ୱର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ଏଥିରେ ଶିକାର ହେଉଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା ଛାତ୍ରଛାତ୍ରୀମାନେ ଏଭଳି ଚରମ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି । ଗାଁ ହେଉ କି ସହର ଚଳିତ ବର୍ଷ ପରୀକ୍ଷା ସମୟରେ ଦେଖିବାକୁ ମିଳିଲାଣି ଅନେକ ଘଟଣା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୀବନ ହାରୁଥିବା ପିଲାଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଦଶମ ଓ ଯୁକ୍ତଦୁଇ ଶ୍ରେଣୀର ପିଲା ।
ପାଠପଢା ଚାପ, ପରିବାରରେ ଅଶାନ୍ତି ଆଦି କାରଣ ପାଇଁ ଧର୍ଯ୍ୟହରା ହୋଇ ଏହି ଏଭଳି ରାସ୍ତା ଆପଣୋଉଥିବା କହିଛନ୍ତି ବିଶେଷଜ୍ଞ । ତେବେ ଯଦି ଆଜି ଘଟଣାକୁ ଦେଖିବା ତେବେ ଦୁଇ ଦିନ ଭିତରେ ଗଲାଣି ଦୁଇଟି କୋମଳମତି ପିଲାଙ୍କ ଜୀବନ ଯାଇଛି । ଗତକାଲି ରାଜଧାନୀର ପଟିଆସ୍ଥିତ ଏକ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀଙ୍କ ଘର କଟକ ସାଲେପୁରରେ । ସେ ପଟିଆର ଏକ କୋଚିଂ ସେଣ୍ଟରରେ ମେଡିକାଲ ନାମଲେଖା ପାଇଁ କୋଚିଂ ନେଉଥିଲେ । ଗତକାଲି ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।
ପୋଲିସ ଖବର ପାଇ ଛାତ୍ରୀଙ୍କ ମୃତଦେହ ଜବତ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ, ସାଲେପୁରର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ରାଜଧାନୀରେ ମେଡିକାଲ କୋଚି ନେଉଥିଲେ । ସେ ସେହି କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିଲେ । ପରିବାର ଲୋକଙ୍କ ଅଭିଯୋଗ, ହଷ୍ଟେଲରେ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ କୋଚିଂସେଣ୍ଟର କର୍ମଚାରୀ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପାଠାଇବା ସହ ପରିବାରର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ଏପଟେ ଆଜି (ଶୁକ୍ରବାର) ଘରୋଇ ୟୁନିଭର୍ସିଟି ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହି ମୃତ ଛାତ୍ର ଜଣକ ଛତିଶଗଡ଼ର ବୋଲି ଜଣାପଡିଛି। ତେବେ ଏହି ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏହି ଘଟଣା ବର୍ତ୍ତମାନ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏସବୁର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଚିନ୍ତାରେ ଅଭିଭାବକ । ଯଦି ପାଲାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସହ ସମ୍ପର୍କ ରଖାଯାଏ ତେବେ ଏପରି ମାମଲା ଏଡ଼ା ଯାଇ ପାରେ ବୋଲି ବିଭିନ୍ନ ଗବେଷକଙ୍କ ମତ ରହିଛି ।