fbpx

ନଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଠାବ; ପାଟିରେ ପୁରାଯାଇଥିଲା କପଡ଼ା ଓ ଶରୀର ସାରା କ୍ଷତ ଚିହ୍ନ, ଗଣଦୁଷ୍କର୍ମ ସନ୍ଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭୀତ୍ ଜିଲ୍ଲାରେ ଗଣବଳାତ୍କାରର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳକୁ ଦେଖି ଖୋଦ୍ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ୧୪ ଘଣ୍ଟା ଧରି ନିଖୋଜ ଥିବା ଛାତ୍ରୀଙ୍କ ମୃତଦେହ ମିଳିବାରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ମୃତଦେହର ପାଟିରେ କପଡ଼ା ପୂରାଯିବା ସହିତ ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଦାଗ ଦେଖିବା ପରେ ଛାତ୍ରୀଙ୍କ ସହିତ କିପରି ଅତ୍ୟାଚାର କରାଯାଇଥିବ ତାହା ଅନୁମାନ କରାଯାଉଛି । ଏହି ମାମଲା ଉତ୍ତରପ୍ରଦେଶର ପିଲିଭୀତ୍ ଜିଲ୍ଲାର ବରଖେଡ଼ା ଥାନାଞ୍ଚଳରେ ଥିବା ଏକ ଗାଁର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଶନିବାର ଦିନ ସକାଳ ସମୟରେ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ଥିବା ଜଣେ ଛାତ୍ରୀ ସକାଳ ୭ଟା ସମୟରେ କୋଚିଂକୁ ପାଠ ପଢ଼ିବାକୁ ବାହାରିଥିଲା । ହେଲେ ସେ ଘରୁ ବାହାରିଥିଲା କିନ୍ତୁ କୋଚିଂରେ ପହଞ୍ଚିନଥିଲା । ସନ୍ଧ୍ୟା ସାଢ଼େ ୫ଟା ପରେ ମଧ୍ୟ ଘରେ ପହଞ୍ଚିନଥିଲା । ସକାଳୁ ଆସି ସନ୍ଧ୍ୟା ହୋଇଯାଇଥିଲା କିନ୍ତୁ ଘରକୁ ଝିଅ ଫେରିନଥିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ ।

ପରିବାର ଲୋକେ ପ୍ରଥମେ ଛାତ୍ରୀଙ୍କ ସାଙ୍ଗ ଓ ତାର ଶିକ୍ଷକଙ୍କୁ ପଚାରିଥିଲେ ହେଲେ କିନ୍ତୁ ସୂଚନା ମିଳିପାରିନଥିଲା । ପରିଜନ ମାନେ ଜାଣିବାକୁ ପାଇଥିଲେ ଯେ, ଝିଅ କୋଚିଂରେ ପହଞ୍ଚିନି । ଏହାପରେ ରାତି ୯ଟାରେ ପୋଲିସ୍ ଷ୍ଟେସନ୍ ରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଗାଁର ଏକ ଯୁବକ ସଚିନ ତାକୁ କେଉଁ ଆଡେ ନେଇଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।

ଏହାପରେ ପୋଲିସ୍ ପୂରା ଗାଁରେ ଖୋଜାଖୋଜି କରିଥିଲା । ବହୁ ଖୋଜାଖୋଜି ପରେ ରାତି ୧୧ ଟା ସମୟରେ ଛାତ୍ରୀଙ୍କ ମୃତଦେହ ଗାଁ ବାହାରେ ଥିବା କେନାଲ କୂଳରେ ଥିବା ଏକ ଆଖୁ କ୍ଷେତରେ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ପାଟିରେ ଏକ କପଡା ଭର୍ତ୍ତି କରାଯାଇଥିଲା । ତାର ପ୍ରାଇଭେଟ୍ ପାର୍ଟରୁ ରକ୍ତ ବୋହୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସ୍କୁଲ ବ୍ୟାଗ୍, ସାଇକେଲ ଓ ଜୋତା ପାଖରେ ପଡ଼ିଥିଲା ।

ମୃତ ଛାତ୍ରୀଙ୍କ ମୃତଦେହ ନଗ୍ନ ଅବସ୍ଥାରେ ମିଳିଥିବା ବେଳେ ପାଖରେ ମଦ ବୋତଲ ଓ ସିଗାରେଟ୍ ମଧ୍ୟ ପଡ଼ିଥିବା ଦେଖିବାଅକୁ ମିଳିଥିଲା । ତେବେ ପରିବାର ଲୋକଙ୍କ ପକ୍ଷରୁ କରାଯାଇଥିବା ଏଫଆଇଆର୍ ରେ ଗଣଦୁଷ୍କର୍ମ କଥା ଉଲ୍ଲେଖ ରହିଛି । ପୋଲିସ୍ ମୃତ ଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି ଓ ସନ୍ଦିଗ୍ଧ ଯୁବକ ସଚିନକୁ ପଚରାଉଚରା କରୁଛି ପୋଲିସ୍ ।

Get real time updates directly on you device, subscribe now.