fbpx

ଉତ୍ତର ଖାତା ସୃଷ୍ଟି କରୁଛି ବାହାଘର କାର୍ଡର ଭ୍ରମ, ତେହଲକା ମଚେଇଛି ଛାତ୍ର

ନୂଆଦିଲ୍ଲୀ: ହ୍ୟାଣ୍ଡରାଇଟିଂ ବା ହସ୍ତାକ୍ଷର, ଏହାକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱିମତ । ଅନେକଙ୍କ ପାଇଁ ହସ୍ତାକ୍ଷର ବିଶେଷ ଗୁରୁତ୍ୱ ବହନ କରିନଥାଏ । ଆଉ କେତେକଙ୍କ ମତରେ ହ୍ୟାଣ୍ଡରାଇଟିଂର ବିଶେଷତ୍ୱ ରହିଛି । ଭଲ ହ୍ୟାଣ୍ଡରାଇଟିଂ ଦ୍ୱାରା କାଲି ନୋଟ୍ସ ସୁନ୍ଦର ଦିଶେ ନାହିଁ, ଶିକ୍ଷକଙ୍କୁ ପିଲାଙ୍କ ନୋଟ୍ସ ପଢିବା ମଧ୍ୟ ସହଜ ହୁଏ । ଅନେକ ଶିକ୍ଷକତ ପିଲାଙ୍କୁ ଗୋଟିଏ, ଦୁଇ ମାର୍କ ଅକ୍ଷର ପାଇଁ ଦେଇଥାନ୍ତି । ହେଲେ ଇନଷ୍ଟାଗ୍ରାମରେ ଗୋଟିଏ ଭିଡିଓ ବାଇରାଲ ହେଉଛି ହସ୍ତାକ୍ଷରକୁ ନେଇ ।

ଏହି ଭିଡିଓ ପାକିସ୍ତାନର । ଏଥିରେ ଦେଖିବାକୁ ମିଳୁଛି, ପିଲାଙ୍କ ଖାତାରେ ସେମାନଙ୍କ ଉତ୍ତର ଅତି ଚମକପ୍ରଦ ଭାବେ ଲେଖାଯାଇଛି । ଛାତ୍ର ୮ମ ଶ୍ରେଣୀର ହୋଇଥିବା ବେଳେ ଖାତାରେ କଲିଗ୍ରାଫିରେ ଉତ୍ତର ଲେଖିଛି । ଖାତାକୁ ଯିଏ ଦେଖିବ ଘଡିଏ ଅନେଇ ରହିବ । ଏକଦମ ସଫା ସୁତୁରା ଓ ଆକର୍ଷଣୀୟ ହସ୍ତାକ୍ଷର । ପିଲାଟି ଉତ୍ତର ଖାତାରେ ହେଡିଂ ଓ ଉତ୍ତର ନମ୍ବର ସୁନ୍ଦର ଭାବେ ହାଇଲାଇଟ କରିଛି । ଫଳରେ କପି ଅଧିକ ପରିସ୍କାର ଓ ସ୍ପଷ୍ଟ ହୋଇଛି ।

ଭିଡିଓ ଇନଷ୍ଟାଗ୍ରାମର ହ୍ୟାଣ୍ଡଲ ଜିଓଗ୍ରାମରେ ସେୟାର ହୋଇଛି । ଯେଉଁଥିରେ ଲେଖାଯାଇଛି, ଏତେ ସମୟ କାହା ପାଖରେ ଅଛି । ଏହି ପୋଷ୍ଟକୁ ୭ ଲକ୍ଷରୁ ଅଧିକ ଲାଇକ ଓ ୧୩ ମିଲିୟନରୁ ଅଧିକ ଭ୍ୟୁଜ ମିଳିଛି । ଅନେକ ଏଥିରେ କମେଣ୍ଟ କରିବାକୁ ମଧ୍ୟ ପଛେଇ ନାହାନ୍ତି । ଜଣେ ଲେଖିଛନ୍ତି, ଚଲାବୁଲା କରୁଥିବା ପେଣ୍ଟିଂ ମେସିନ ଲାଗୁଛି । ଅନ୍ୟ ଜଣେ କହିଛନ୍ତି, ଛାତ୍ର ନାଁ ପ୍ରିଣ୍ଟର । ଆଉ ଜଣେ କହିଛନ୍ତି କି, ହ୍ୟାଣ୍ଡରାଇଟିଂ ପାଇଁ ଛାତ୍ରକୁ ୧୦ ମାର୍କ ମିଳିଯିବ ।

Get real time updates directly on you device, subscribe now.