ଆପଣଙ୍କ ପିଲା ସରାକରୀ ସ୍କୁଲରେ ପଢୁଛନ୍ତି କି ? ସରକାର ଦେବେ 20 ହଜାର ଟଙ୍କା, ଜାଣନ୍ତୁ କଣ ଏହି ଯୋଜନା

ଆପଣଙ୍କ ପିଲା ସରାକରୀ ସ୍କୁଲରେ ପଢୁଛନ୍ତି କି ? ତେବେ ସରାକର ଆପଣଙ୍କ ପିଲାଙ୍କୁ ଦେବେ 20 ହଜାର ଟଙ୍କା ।

ନୂଆଦିଲ୍ଲୀ: ଆପଣଙ୍କ ପିଲା ସରାକରୀ ସ୍କୁଲରେ ପଢୁଛନ୍ତି କି ? ତେବେ ସରାକର ଆପଣଙ୍କ ପିଲାଙ୍କୁ ଦେବେ 20 ହଜାର ଟଙ୍କା । ଦିଲ୍ଲୀ ସରକାର ଏନେଇ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ସରକାର କିଛି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ 20 ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ଦେବେ। ସରକାରୀ ସ୍କୁଲଗୁଡ଼ିକରୁ ପିଲାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ଦିଲ୍ଲୀ ସରକାର ଏହା ପ୍ରସ୍ତୁତି କରିଛନ୍ତି ।

ଏହି ଯୋଜନା କଣ ?

ଏହି ଯୋଜନାର ନାମ ହେଉଛି ନ୍ୟୁ ଏରା ଅଫ୍ ଏଣ୍ଟ୍ରପ୍ରିନ୍ୟୁରିଆଲ୍ ଇକୋସିଷ୍ଟମ୍ ଆଣ୍ଡ୍ ଭିଜନ (NEEEV)। ସ୍କୁଲ ପିଲାମାନଙ୍କୁ ନୂଆ ଚିନ୍ତାଧାରା, ସମସ୍ୟାର କିପରି ସମାଧାନ କରିବା ଏବଂ ନିଜ ପାଦରେ କିପରି ଠିଆ ହେବା, ତାହା ଶିଖାଇବା ହେଉଛି ଏାହର ଉଦ୍ଦେଶ୍ୟ । ଏହି ଯୋଜନା ଚଳିତ ସ୍କୁଲ ଅଧିବେଶନରେ ୮ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏହା କେବଳ ପାଠପଢ଼ା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ପ୍ରକୃତରେ ପିଲାମାନଙ୍କୁ ବ୍ୟବସାୟ କରିବାକୁ ଶିଖାଇବ।

NEEEV କାହିଁକି ସ୍ୱତନ୍ତ୍ର ?

NEEEVର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ପିଲାମାନଙ୍କୁ ଏକ ସ୍ୱତନ୍ତ୍ର ଉପାୟରେ ଉଦ୍ୟୋଗୀ ହେବା ପାଇଁ ତାଲିମ ଦେବ। ଶିକ୍ଷା ବିଭାଗ ସମସ୍ତ ସରକାରୀ ସ୍କୁଲକୁ ଏହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପଠାଇଛି।

ଏହି ୪ଟି ଜିନିଷ NEEEVରେ ରହିବ

1- NEEEV ସଂଳାପ: ଏଥିରେ, ଜଣାଶୁଣା ଉଦ୍ୟୋଗୀ ଏବଂ ବ୍ୟବସାୟ ବିଶେଷଜ୍ଞମାନେ ପିଲାମାନଙ୍କ ସହିତ କଥା ହେବେ। ଏହା ପିଲାମାନଙ୍କୁ ଶିଖିବାକୁ ଏବଂ ଆଗକୁ ବଢ଼ିବାକୁ ପ୍ରେରଣା ଦେବ।

2- ଷ୍ଟାର୍ଟଅପ୍ ଷ୍ଟର୍ମର୍ସ: ଏହା ଅନେକ ପର୍ଯ୍ୟାୟ ବିଶିଷ୍ଟ ଏକ ପ୍ରତିଯୋଗିତା ହେବ। ଏଥିରେ ପିଲାମାନେ ସେମାନଙ୍କର ନୂତନ ବିଜିନେସ ଆଇଡିଆ ବିଷୟରେ ଚିନ୍ତା କରିବେ । ସେଗୁଡ଼ିକୁ ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିବେ ଏବଂ ତା’ପରେ ସେଗୁଡ଼ିକ ଉପରେ କାମ କରିବେ।

3- ପାଣ୍ଠି କିପରି ମିଳିବ: ଯେଉଁ ଛାତ୍ର ସମୂହଙ୍କ ଆଇଡିଆ ଚୟନ କରାଯିବ, ସେମାନଙ୍କୁ ପ୍ରତ୍ୟେକ ପ୍ରକଳ୍ପରେ ସେମାନଙ୍କର ନୂତନ ଧାରଣା (ପ୍ରୋଟୋଟାଇପ୍) ସୃଷ୍ଟି କରିବା କିମ୍ବା ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ 20,000 ଟଙ୍କାର ଆର୍ଥିକ ସହାୟତା ମିଳିବ।

4- ଉପକରଣ ମଧ୍ୟ ଯୋଗାଇ ଦିଆଯିବ: ଯେଉଁ ବିଦ୍ୟାଳୟଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବ୍ (ATLs) ଅଛି, ସେଠାରେ ପିଲାମାନେ 3D ପ୍ରିଣ୍ଟର, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT) କିଟ୍, AI ଏବଂ ରୋବୋଟିକ୍ସ ସମ୍ବନ୍ଧୀୟ ଜିନିଷ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ (STEM) ଶିଖିବାର ପଦ୍ଧତି ଭଳି ଆଧୁନିକ ଉପକରଣ ମଧ୍ୟ ପାଇବେ।

ଯୋଜନା କିପରି କାର୍ଯ୍ୟକାରୀ ହେବ?

NEEEV କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ, ପ୍ରତ୍ୟେକ ବିଦ୍ୟାଳୟରେ ଏକ ସ୍କୁଲ ନବସୃଜନ ପରିଷଦ (SIC)(ସ୍କୁଲ ଇନୋଭେସନ୍ କାଉଂସିଲ) ଗଠନ କରାଯିବ। ଏହାର ନେତୃତ୍ୱ ନେବେ ସ୍କୁଲର ପ୍ରଧାନଶିକ୍ଷକ । ଏହା ବ୍ୟତୀତ, ଉତ୍ତମ ସମନ୍ୱୟ ଏବଂ ତଦାରଖ ପାଇଁ ଜିଲ୍ଲା ଏବଂ ଜୋନ୍ ସ୍ତରରେ ନବସୃଜନ ପରିଷଦ ମଧ୍ୟ ଗଠନ କରାଯିବ। ପ୍ରତ୍ୟେକ ଜୋନ୍ ଏବଂ ଜିଲ୍ଲାରେ କିଛି ସ୍ୱତନ୍ତ୍ର ନୋଡାଲ୍ ସ୍କୁଲ ମଧ୍ୟ ଚୟନ କରାଯିବ।