fbpx

ସାଉଦି ଆରବର ନୂଆ ଶିକ୍ଷା ନୀତି: ଛାତ୍ରଛାତ୍ରୀ ପଢିବେ ରାମାୟଣ ଓ ମହାଭାରତ

ନୂଆଦିଲ୍ଲୀ ୨୬ । ୪ (ଓଡିଶା ଭାସ୍କର) : ରାମାୟଣ ଓ ମହାଭାରତ ଆମ ଦେଶର ବହୁ ପୁରୁଣା ଗ୍ରନ୍ଥ । ଏହା ଆମକୁ ଜୀବନର ସଠିକ୍ ମାର୍ଗଦଶନ କରିବାରେ ସାହାଯ୍ୟ କରେ । ଆମର ଏହି ପୁରୁୁଣା ଗ୍ରନ୍ଥ ବିଶ୍ୱର ସବୁଆଡେ ଆଦୃତ ହେବାରେ ଲାଗିଛି । ଆମ ଦେଶର ମହାନ୍ ଗ୍ରନ୍ଥ ରାମାୟଣ ଓ ମହାଭାରତ ସାଉଦି ଆରବର ପାଠ୍ୟକ୍ରମରେ ପଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରନ୍ସି ମହମ୍ମଦ ବିନ ସଲମନ ନୂଆ ଶିକ୍ଷା ନୀତିରେ ଏହାକୁ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି । ସାଉଦି ଆରବ ଭିଜନ୍ ୨୦୩୦ ଅଧିନରେ ଥିବା ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି । ଏଥିରେ ଭାରତୀୟ ସଂସ୍କୃତି ସହ ଜଡିତ ଯୋଗ ଏବଂ ଆର୍ୟୁବେଦକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯିବ । ସେହିପରି ଏହି ପାଠ୍ୟକ୍ରମରେ ଇଂରାଜୀ ଭାଷାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଲାଗି ଏହି ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.