fbpx

ଛାତ୍ରଛାତ୍ରୀଙ୍କ ବିଦେଶ ପାଠପଢ଼ା ୮୫ ପ୍ରତିଶତ ମାଗଣା! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, କେଉଁ ଯୋଜନାରେ ଓ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ବିଦେଶରେ ପାଠ ପଢ଼ିବା ଅଧିକାଂଶ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଏକ ବଡ଼ ସ୍ୱପ୍ନ ଥାଏ । ମାତ୍ର ଅଧିକାଂଶ ପିଲା ନିଜ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ଏଥିରୁ ବଞ୍ଚିତ ହୋଇଥାନ୍ତି । ତେବେ ଛାତ୍ରଛାତ୍ରୀଙ୍କ ବିଦେଶ ପାଠ ପଢ଼ା ନେଇ ସରକାରଙ୍କ ପକ୍ଷରୁ ଅନେକ ସ୍କିମ ପ୍ରଚଳନ କରାଯାଇଛି । ଏହିସବୁ ଏଜୁକେସନ ଲୋନର ସୁଧ ହାର ବହୁତ କମ୍ ହୋଇଥାଏ । ବିଭିନ୍ନ ସରକାରୀ ସଂସ୍ଥା ମାଧ୍ୟମରେ ଏହି ଅଫର ପ୍ରଦାନ କରାଯାଇଥାଏ ।

ଜାତୀୟ ପଛୁଆ ବର୍ଗ ଆର୍ଥିକ ଓ ବିକାଶ ନିଗମ (ଏନବିସିଏଫଡିସି):

ଏହି ଯୋଜନା କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟ କରିଥାଏ । ଏହା ମାଧ୍ୟମରେ ଗରିବୀ ସୀମାରେଖାରୁ ଦୁଇଗୁଣରୁ ଅଧିକ ତଳେ ଜୀବନଯାପନ କରୁଥିବା ପଛୁଆ ବର୍ଗର ସଦସ୍ୟଙ୍କ ହିତସାଧନ କରାଯାଇଥାଏ । ଏହା ଟେକ୍ନିକାଲ ଓ ପ୍ରୋଫେସନାଲ କୋର୍ସଠାରୁ ଆରମ୍ଭ କରି ଶିକ୍ଷା ଋଣ ପ୍ରଦାନ କରିଥାଏ । ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ମଧ୍ୟରେ ରହିଥିବ, ସେହି ପିଲାମାନେ ଏଥିପାଇଁ ଆବେଦନ କରିପାରିବେ । ଏହି ଯୋଜନା ମାଧ୍ୟମରେ ପାଠପଢ଼ାର ୮୫ ପ୍ରତିଶତ ଖର୍ଚ୍ଚ ସରକାରଙ୍କ ଦ୍ୱାରା ଉଠାଯାଉଥିବା ବେଳେ ବିଦ୍ୟାର୍ଥୀ ଅବଶିଷ୍ଟ ଅର୍ଥ ଭରଣା କରିଥାନ୍ତି ।

ଜାତୀୟ ସଂଖ୍ୟାଲଘୁ ବିକାଶ ଓ ଆର୍ଥିକ ନିଗମ (ଏନଏମଡିଏଫସି):

ଗରିବୀ ସୀମାରେଖା ତଳେ ରହିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଏହି ସଂସ୍ଥା ମାଧ୍ୟମରେ ଆର୍ଥିକ ସହାୟତା ମିଳିଥାଏ । ଆୟ ସୀମା ଆଧାରରେ ପିଲାଙ୍କୁ ଶିକ୍ଷା ଋଣ ଦିଆଯାଇଥାଏ । ବାର୍ଷିକ ୧.୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ବର୍ଷକୁ ୩ ପ୍ରତିଶତ ସୁଧ ହାର ହିସାବରେ ୩୦ ଲକ୍ଷ ପର୍ଯ୍ୟନ୍ତ ବିଦେଶ ଶିକ୍ଷା ଋଣ ପ୍ରଦାନ କରାଯାଇଥାଏ । ସେହିପରି ୮ ଲକ୍ଷ ଆୟ ଥିବା ପରିବାରରକୁ ୩୦ ଲକ୍ଷ ପର୍ଯ୍ୟନ୍ତ ଶିକ୍ଷାଋଣ ଦିଆଯାଇଥାଏ । ପୁରୁଷଙ୍କୁ ବାର୍ଷିକ ୮ ପ୍ରତିଶତ ଓ ମହିଳାଙ୍କୁ ବାର୍ଷିକ ୫ ପ୍ରତିଶତ ସୁଧ ହାରରେ ଶିକ୍ଷା ଋଣ ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.