ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀଙ୍କ ସୂଚନା

ସ୍କୁଲ ଯାଉଥିବା ପିଲାମାନଙ୍କୁ ଏଣିକି ମଧ୍ୟାହ୍ନ ଭୋଜନରେ କ୍ଷୀର ମିଳିବ..

ଭୁବନେଶ୍ୱର: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ତେବେ ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଏକ ଖୁସି ଖବର ଆସିଛି । ମଧ୍ୟାହ୍ନ ଭୋଜନରେ ଏଣିକି ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ । ଗିଫ୍ଟ MILK ମାଧ୍ୟମରେ 29ଟି ସ୍କୁଲର 1184 ପିଲାଙ୍କୁ ଦିଆଯିବ କ୍ଷୀର।

ଏନେଇ ମତ୍ସ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି, “୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା କରାଯାଇଛି ।” ପିଲାମାନଙ୍କୁ କ୍ଷୀର ମାଧ୍ୟମରେ ପୋଷକ ତତ୍ତ୍ୱ ଯୋଗାଇବା ଲାଗି ସରକାର ପକ୍ଷରୁ ଏହି ପ୍ରୟାସ ଜାରି ରହିଛି ।