fbpx

ଏଣିକି ୨୯ ଘଣ୍ଟା ସ୍କୁଲରେ ପାଠ ପଢିବେ ଛାତ୍ରଛାତ୍ରୀ: NCFରେ ଶିକ୍ଷା ମନ୍ତ୍ରାଳୟା ପ୍ରସ୍ତାବ

Advertisement

ନୂଆଦିଲ୍ଲୀ: ମୋଦୀ ସରକାର ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଦେଖାଯାଇଛି । ତେବେ ସ୍କୁଲରେ ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଶିକ୍ଷା ମନ୍ତ୍ରାଳୟ ଏନସିଏଫରେ ଏକ ପ୍ରସ୍ତାବ ରଖିଛି, ଯାହା ଦ୍ୱାରା ସ୍କୁଲରେ ହେଉଥିବା ପାଠ ପଢାରେ ଏବେ ପରିବର୍ତ୍ତନ ହେବାକୁ ଯାଉଛି । ଏବେ ସ୍କୁଲରେ ସପ୍ତାହକୁ ୨୯ ଘଣ୍ଟା ପାଠ ପଢାର ପ୍ରସ୍ତାବ ରଖିଛନ୍ତି ଶିକ୍ଷା ମନ୍ତ୍ରାଳୟ । ଏନସିଏଫ ସ୍କୁଲ ଶିକ୍ଷା ପାଇଁ ଗ୍ଲୋବାଲ ଷ୍ଟଡିକୁ ଆଧାର କରି ପାଠ ପଢିବାର ସମୟ ନିର୍ଦ୍ଧାରିତ କରିଛନ୍ତି । ଏହି ପ୍ରସ୍ତାବ ଦ୍ୱାରା ପିଲାଙ୍କ ଉପରୁ ପାଠ ପଢିବାର ଚାପ କମ୍ କରିବା ପାଇଁ ଏକ ପ୍ରୟାସ କରାଯାଇଛି ।

ଶିକ୍ଷା ମନ୍ତ୍ରଳାୟ ସ୍କୁଲ ଶିକ୍ଷା ଦ୍ୱାରା ପ୍ରସ୍ତୁତ ହୋଇଥିବା ସୂଚୀରେ ସପ୍ତାହକୁ ୨୯ ଘଣ୍ଟା ପାଠ ପଢିବାର ପ୍ରସ୍ତାବ ରଖିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ୫ ଘଣ୍ଟା ରୁ ସାଢେ ୫ ଘଣ୍ଟା ପାଠପଢା ହେବ । ଏହାପରେ ପିଲାମାନଙ୍କୁ ଫ୍ରି ଟାଇମ ମଧ୍ୟ ଦିଆଯିବ । ଯାହା ଫଳରେ ପିଲାମାନେ ନିଜ ମନ ଅନୁସାରେ କିଛି କାମ କରିବେ । ସେହିପରି ଶନିବାର ମଧ୍ୟ ୫ ଘଣ୍ଟା ପାଠପଢା ହେବ ଏବଂ ରବିବାର ଛୁଟି ରହିବ । ଶିକ୍ଷକଙ୍କଠାରୁ ପାଠପଢା ବୁଝିବାକୁ ହେଲେ ପିଲାପାଇଁ ଇଣ୍ଟରଆକ୍ସନ, ଅଣ୍ଡରଷ୍ଟାଣ୍ଡିଙ୍ଗ, ଏକ୍ସସାଇଜ, ଏକ୍ସପେରିମେଣ୍ଟ ଇତ୍ୟାଦି ଆକ୍ଟିଭିଟିକୁ ସାମିଲ କରିବା ଆବଶକ ।

Get real time updates directly on you device, subscribe now.