fbpx

ୟୁନିଭରସିଟି ପରୀକ୍ଷାରେ ଛାତ୍ର ଟପିଗଲେ ସବୁସୀମା, ପରୀକ୍ଷା ଖାତାରେ ଲେଖିଲେ ଲଭ୍ ଷ୍ଟୋରୀ ଓ କାମସୂତ୍ର

ସୁୁରଟ: ବିଏ, ବିକମ୍ ଛାତ୍ର ୟୁନିଭରସିଟି ପରୀକ୍ଷା ଖାତାରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖିବା ପରିବର୍ତ୍ତେ ଲେଖିଦେଲେ ଲଭ୍ ଷ୍ଟୋରୀ, କାମସୂତ୍ର କାହାଣୀ ଆଉ ପ୍ରିନ୍ସପାଲ, ପ୍ରଫେସର ଓ ମ୍ୟାଡାମଙ୍କ ନାମରେ ଖରାପ ଖରାପ ଗାଳି । ଏହିପରି ଏକ ମାମଲା ବୀର ନର୍ମଦ ଦକ୍ଷିଣ ଗୁଜୁରାଟ ୟୁନିଭରସିଟିରୁ ସାମ୍ନାକୁ ଆସିଛି । ୟୁନିଭରସିଟି ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହିପରି ଅଭଦ୍ର ଭାଷା ପ୍ରୟୋଗ କରିଥିବା ସମସ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ଏହି ସମସ୍ତ ଛାତ୍ରଙ୍କୁ ପରୀକ୍ଷାରେ ଶୂନ ମିଳିବା ସହିତ ସେମାନଙ୍କ ଉପରେ ୫୦୦ଟଙ୍କା ଜୋରିମାନା ଲଗାଯାଇଛି ।

୬ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କାମସୂତ୍ର କାହାଣୀ ଲେଖିବା ସହିତ ଅନ୍ୟ ଜଣେ ଛାତ୍ର କଲେଜର ସାଥୀ ଛାତ୍ରଛାତ୍ରୀଙ୍କ ପ୍ରେମ କାହାଣୀ ପରୀକ୍ଷା ଖାତାରେ ଲେଖିଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମସ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିଲା ଓ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ଏ ବିଷୟରେ ପଚରାଯାଇଥିଲା । ସେମାନେ ନିଜ ଭୁଲ୍ ସ୍ୱୀକାର କରିବା ସହ କ୍ଷମା ବି ମାଗିଛନ୍ତି ।

ୟୁୁନିଭରସିଟିର କୁଳପତି କିଶୋର ସିଂହ ଚାୱଡା କହିଛନ୍ତି ଏହି ସମସ୍ତ ଛାତ୍ରଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ନ ଥିଲା । ଏଣୁ ମେଡିକାଲ କଲେଜ ପ୍ରଫେସରଙ୍କ ଉପସ୍ଥିତିରେ ଏମାନଙ୍କ ଶୁଣାଣୀ କରାଯାଇଥିଲା । ଆମେ ସେମାନଙ୍କୁ ଲିଖିତ ଆକାରରେ କ୍ଷମା ମାଗିବାକୁ ସୁଯୋଗ ଦେଇଥିଲୁ । ଏହାସହିତ ଏହି ମାମଲାରେ ଦଣ୍ଡ ବ୍ୟବସ୍ଥାରେ ବି ସଂଶୋଧନ କରାଯାଇଛି । ଯଦି କେହି ପରୀକ୍ଷାରେ କୌଣସି ପ୍ରକାର ଅଶ୍ଳୀଳ ଶବ୍ଦ ଲେଖିବ ତେବେ ସେ ମାନସିକ ଫିଟନେସ୍ ସାର୍ଟିଫିକେଟ୍ ଦେବା ପରେ ଯାଇ ପରୀକ୍ଷା ଫର୍ମ ଭରିପାରିବ । ଏହାସହିତ ୧୦୦୦ଟଙ୍କା ଜୋରିମାନା ଦେବ ଯାହା ପୂର୍ବରୁ ୫୦୦ଟଙ୍କା ଥିଲା ।

Get real time updates directly on you device, subscribe now.