fbpx

ରାତିରେ ହସ୍ପିଟାଲରୁ ସରିଗଲା ଅକ୍ସିଜେନ୍: ସବଇନ୍ସପେକ୍ଟର ବଞ୍ଚାଇଲେ ୧୫ ରୋଗୀଙ୍କ ଜୀବନ

ନାଗପୁର, ୨୧ା୪: ଦେଶରେ ବର୍ତ୍ତମାନର କରୋନା ସମୟରେ ଅଧିକାଂଶ ରୋଗୀଙ୍କର ଜୀବନ ଅକ୍ସିଜେନ ଅଭାବରୁ ହେଉଥିବା ଦେଖାଯାଉଛି । ନାଗପୁରର ତିରପୁଡେ ହସ୍ପିଟାଲରେ ଜଣେ ସବଇନ୍ସପେକ୍ଟର ୧୫ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ହସ୍ପିଟାଲରେ ଅକ୍ସିଜେନ ସମାପ୍ତ ହୋଇଯିବାରୁ ସମସ୍ତ ରୋଗୀଙ୍କ ମୃତ୍ୟୁ ଘଟିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ରାତି ୧ଟା ସମୟରେ ହସ୍ପିଟାଲ ପକ୍ଷରୁ ଥାନାକୁ ଅକ୍ସିଜେନ ଅଭାବ ବିଷୟରେ ଅବଗତ କରାଯାଇଥିଲା । ତେବେ ସେ ସମୟରେ ଡ୍ୟୁଟିରେ ଥିବା ସବଇନ୍ସପେକ୍ଟର ମହାଦେବ ନାଇକୱାଡ଼େ ସଙ୍ଗେସଙ୍ଗେ ଅକ୍ସିଜେନ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ । ପରେ ମହାଦେବ ୪ ଜଣ ପୋଲିସ ଅଫିସରଙ୍କୁ ସାଙ୍ଗରେ ଧରି ରାତିରେ ଏକ ଅକ୍ସିଜେନ ପ୍ଲାଣ୍ଟରୁ ବହୁକଷ୍ଟରେ ଅକ୍ସିଜେନ ଆଣିବାରେ ସଫଳ ହୋଇଥିଲେ । ଠିକ ସମୟରେ ସବଇନ୍ସପେକ୍ଟର ହସ୍ପିଟାଲରେ ଅକ୍ସିଜେନ ପହଞ୍ଚାଇବା ଯୋଗୁଁ ୧୫ ଜଣ ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟପ୍ରଦେଶର ଏକ ମେଡିକାଲ କଲେଜରେ ଅକ୍ସିଜେନ ଅଭାବରୁ ୧୨ରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.