fbpx

ଅଚାନକ ଗଡିଲା ପାର୍କିଂରେ ଥିବା କାର୍: ତା’ ପରେ କଣ ହେଲା ଦେଖନ୍ତୁ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଗାଡି ଦୁର୍ଘଟଣାର ଅନେକ ଭିଡିଓ ଦେଖିଥିବେ । ସେସବୁ ଭାଇରାଲ ମଧ୍ୟ ହୋଇଥାଏ । ଏହି ଭିଡିଓ ଦେଖିବା ପରେ ଏବେ ସମସ୍ତେ ଭାବିବାକୁ ବାଧ୍ୟ କରିଛି । ଡ୍ରାଇଭରଙ୍କ ଏମିତି ଏକ କାର୍ଯ୍ୟକଳାପକୁ ନେଇ ସମସ୍ତେ ଚିନ୍ତା ଜାହିର କରିଛନ୍ତି । ଯିଏ କେହି ବି ଏହି ଦୃଶ୍ୟକୁ ଦେଖୁଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ପାର୍କିଂରେ ଥିବା ବେଳେ ହଠାତ ଗାଡିଟି ବାହାରି ଆସି ପଛୁଆ ପଛୁଆ ଚାଲିବାକୁ ଲାଗିଛି । ଏହି ଭିଡିଓକୁ ଦେଖିଲେ ସାଧାରଣରେ ଗୋଟିଏ ହିଁ ପ୍ରଶ୍ନ ମନକୁ ଅସୁଛି । ଏହି ଗାଡିର ଡ୍ରାଇଭରର ମୁଣ୍ଡ କାମ କରୁନି କି? ଏମିତି କାହିଁକି କରୁଛନ୍ତି ଗାଡି ଚାଳକ? ଏମିତିକି ଗାଡିରେ କେହି ଡ୍ରାଇଭର ଅଛନ୍ତି ନା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଗାଡିକୁ ଦେଖିଲେ ମନେ ହେଉଛି ରାସ୍ତାରେ କୌଣସି ଗାଡିକୁ ଧକ୍କା ହେବା ନିଶ୍ଚିତ । କିନ୍ତୁ ଦେଖନ୍ତି ଆଗକୁ କ’ଣ ହୋଇଛି ।

ଗାଡିଟି ଏମିତି ପଛୁଆ ଯାଇ ସିଧା ନଇରେ ପଶି ଯାଇଛି । ଏହି ଦୃଶ୍ୟକୁ ଦେଖି ରାସ୍ତାରେ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କେଇଟା ମୁହୂର୍ତ୍ତରେ ହଠାତ କ’ଣ ହୋଇଯାଉଛି କେହି କିଛି ବୁଝି ବି ପାରୁ ନାହାନ୍ତି । ଥରେ ଆପଣ ବି ଦେଖି ନିଅନ୍ତୁ ଏହି ଭିଡିଓ  ।

ରାସ୍ତାରେ ଅନେକ ଗାଡି ଯିବା ଆସିବା କରୁଛି । ସାଇଡରେ ଅନେକ ଗାଡି ପାର୍କ ମଧ୍ୟ ହୋଇଛି । ହେଲେ କିଛି ସମୟ ପରେ ପାର୍କିଂ ଥିବା ଗୋଟିଏ ଲାଲ ରଙ୍ଗର ଗାଡି ଅଚାନକ ପଛକୁ ଗଡିବା ଆରମ୍ଭ କରୁଛି । ଏହା ପଛକୁ ଗଡି ଗଡି ସିଧା ଯାଇ ପାଖରେ ଥିବା ନଦୀ ଭିତରେ ପଶି ଯାଉଛି । ଦୁଇଟି ରାସ୍ତା ଅତିକ୍ରମ କରି ନଦୀ ଭିତରକୁ ଚାଲି ଯାଉଛି ଏହି କାର୍ । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି କାରରେ କେହି ଡ୍ରାଇଭର ନାହାନ୍ତି । ବିନା ଡ୍ରାଇଭରରେ ଏହା କେମିତି ସମ୍ଭବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏଥିସହିତ କାରଟି ପଛକୁ ଯିବା ବେଳେ ଅନ୍ୟ କୌଣସି ଗାଡି ସହ ଧକ୍କା ବି ହୋଇନାହିଁ ।

ଏହି ଦୃଶ୍ୟ ଦେଖି ୟୁଜର ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି । ଏମିତି କେମିତି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି । ଏହି ଭିଡିଓ ହେଉଛି ୟୁରୋପୀୟ ଦେଶ ଲାତବିୟାର ରାଜଧାନୀ ରିଗା ଅଞ୍ଚଳର । ରୀଗା ପୋଲିସ ପକ୍ଷରୁ ଏହି ଭିଡିଓକୁ ସେୟାର କରାଯାଇଛି ।

ତେବେ ପ୍ରକୃତ ଘଟଣା ହେଉଛି, କାରରେ ହ୍ୟାଣ୍ଡବ୍ରେକ ଲାଗିନଥିଲା । ଯେଉଁଥିପାଇଁ ଟିକିଏ ବାଜି ଯିବା ଦ୍ୱାରା ଗାଡି ପଛ ଆଡକୁ ଗଡିବା ଆରମ୍ଭ କରି ଶେଷରେ ନଦୀରେ ପଶି ଯାଇଥିଲା । ଇଣ୍ଟରନେଟରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଥିବା ବେଳେ ଭିନ୍ନ ଭିନ୍ନ କମେଣ୍ଟ ବି ଦେଉଛନ୍ତି ।

Get real time updates directly on you device, subscribe now.