ନୂଆଦିଲ୍ଲୀ: ଆଖୁ ଦର ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର । ଆଖୁ କ୍ବିଣ୍ଟାଲ ପିଛା ୩୫୫ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି । ୨୦୨୫-୨୬ ବର୍ଷ ପାଇଁ ଦର ବୃଦ୍ଧି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଆଖୁ ଦର ବଢ଼ିବା ଯୋଗୁଁ ଦେଶର କୃଷକ ଲାଭବାନ ହେବେ ବୋଲି ସରକାର ଆଶାୟୀ ।
କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜିର ବୈଠକରେ ନିଆଯାଇଥିବା ସୂଚନା ।
ଆଗାମୀ ଦିନରେ ଦେଶରେ ହେବାକୁ ଥିବା ଜନ ଗଣନା ଜାତି ଭିତ୍ତିରେ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ନେଇ ପ୍ରେସ୍ କନଫରେନ୍ସରେ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ।