fbpx

ପ୍ରେମର ବିଫଳତା ପାଇଁ ଜୀବନ ହାରୁଛନ୍ତି ଯୁବପିଢି, ୬ ମାସରେ ଏତିକି ବଢିଛି ସଂଖ୍ୟା, ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜଧାନୀର ବଢୁଛି ଯୁବ ପିଢିଙ୍କ ଆତ୍ମହତ୍ୟା । ଏହାର କାରଣ ଅନେକ ଥାଇପାରେ । କିନ୍ତୁ ପ୍ରେମରେ ଧୋକା ପାଇବା ଏବଂ ପାରାବାରି ଅଶାନ୍ତି ଯୋଗୁଁ ଅନେକ ନିରୀହ ଜୀବନ ବଳି ପଡୁଛି । ରାଜଧାନୀରେ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖା ଦେଉଛି । କିଏ ଫ୍ୟାନରେ ଝୁଲି ଆତ୍ମହତ୍ୟା କରୁଛି ତ ଆଉ କିଏ ବିଷ ଖାଇ ନଚେତ ରେଳଧାରଣାରେ ଡେଇଁ ଆତ୍ମହତ୍ୟା କରୁଥନ୍ତି ।

ସେହିପରି ଚଳିତ ବର୍ଷରୁ ଏପର୍ଯ୍ୟନ୍ତ ୨୫୩ ଜଣ ଖାସ୍ ପ୍ରେମ ଲାଗି ଆତ୍ମହତ୍ୟା କରିଥିବାର ପୋଲିସ ରେକର୍ଡରୁ ମିଳିଛି । ଟ୍ରେନ ଲାଇନ୍ ବା ବିଷ ପିଇ ଆତ୍ମହତ୍ୟା କରିବା ଅପେକ୍ଷା ରଶି ଲଗାଇ ଆତ୍ମହତ୍ୟା କରିବା ସଂଖ୍ୟା ବହୁତ ଅଧିକ ରହିଛି । ପୋଲିସ ରେକର୍ଡ ହିସାବରେ ଜାନୁଆରୀ ୨୦୨୪ ଠାରୁ ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ୨୫୩ ଜଣ ଆତ୍ମହତ୍ୟା କରି ସାରିଛନ୍ତି ।

ଖବର ଅନୁସାରେ, ଗତ ୨ ବର୍ଷ ଧରି ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୨୩ ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୭୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ ଜୁଲାଇ ୨୬ ପର୍ୟ୍ୟନ୍ତ ୩୯ ଜଣ ଆତ୍ମହତ୍ୟା କଲେଣି। କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳରେ ୧୧ ଜଣ ଆତ୍ମହତ୍ୟା କରିଛନ୍ତି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୩୬ ଜଣ ଆତ୍ମହତ୍ୟା କରିଥିବା ବେଳେ ସହିଦନଗରରେ କେହି ଆତ୍ମହତ୍ୟା କରିନାହାନ୍ତି।

ମୈତ୍ରୀବିହାରରେ ୯ଜଣ, ଚନ୍ଦକା ୬, ନନ୍ଦନକାନନ ଜଣେ, ଇନ୍‌‌ଫୋସିଟି ଥାନା ଅଞ୍ଚଳରେ ୧୯ ଜଣ ଏବଂ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୪ ଜଣ ଆତ୍ମହତ୍ୟା କଲେଣି। ୨୦୨୩ରେ ରାଜଧାନୀରେ ୪୨୭ ଜଣ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ପୁଅଙ୍କ ସଂଖ୍ୟା ରହିଛି ୨୩୬ ଧଉଳି ଥାନା ଅଞ୍ଚଳରେ ୩ ଜଣ ରହିଥିବା ବେଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ୬ଜଣ ରହିଥିବା ବେଳେ ଏୟାରପୋର୍ଟ ଅଞ୍ଚଳରେ ୫ଜଣ ଆତ୍ମହତ୍ୟା କରିଛନ୍ତି।

ଜଟଣୀ ଥାନା ଅଞ୍ଚଳରେ ୭ ଜଣ ଆତ୍ମହତ୍ୟା କରିଥିବା ବେଳେ ତମାଣ୍ଡେରେ ୪ଜଣ। ଭରତପୁର ଥାନ ଅଞ୍ଚଳରେ ୩୧ ଜଣ, ଇନ୍‌‌ଫୋଭ୍ୟାଲି ୪ଜଣ ଆତ୍ମହତ୍ୟା କରିଛନ୍ତି। ବଡ଼ଗଡ଼ରେ ୭ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରେ ୯ ଜଣ, ବାଲିଅନ୍ତାରେ ୭ ଜଣ, ବାଲିପାଟଣା ୨ ଜଣ, ପାହାଳରେ ୭ ଜଣ, ନୂଆପଲ୍ଲୀରେ ୧୬ ଜଣ ଆତ୍ମହତ୍ୟା କଲେଣି। । ସେହିଭଳି ୨୦୨୪ ଜୁଲାଇ ୨୬ ସୁଧା ୨୫୩ ଜଣ କରିଥିବା ଆତ୍ମହତ୍ୟା ମଧ୍ୟରେ ୧୮୦ ଜଣ ପୁରୁଷ ଆତ୍ମହତ୍ୟା କଲେଣି।

 

Get real time updates directly on you device, subscribe now.