fbpx

ପିପିଏଫ୍ ଓ ସୁକନ୍ୟା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କଲେ ସରକାର, ଜାଣିନିଅନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: ପିପିଏଫ୍ ଓ ସୁକନ୍ୟା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସରକାର ସୁଧ ହାର ଘୋଷଣା କରି ଦେଇଛନ୍ତି । କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସ ଲାଗି ୫ ବର୍ଷୀୟ ପୋଷ୍ଟଅଫିସ୍ ରେଫରିଂ ଡିପୋଜିଟ୍ (ଆରଡି) ଉପରେ ସୁଧ ହାରରେ ୦.୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଏବେ ଏହି ପ୍ରକାର ଡିପୋଜିଟ୍ ଉପରେ ୬.୭ ପ୍ରତିଶତ ସୁଧ ମିଳିବ । ଏହା ବ୍ୟତିତ କୌଣସି ଯୋଜନାରେ କିଛି ପରିବର୍ତ୍ତନ କରାଯାଇନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସ ଲାଗି କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ୩୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ସେହିପରି ଏପ୍ରିଲ-ଜୁନ୍ ତ୍ରୈମାସରେ ସୁଧ ହାର ୭୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା । ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର(ଏନଏସ୍‌ସି)ର ସୁଧ ହାରରେ ସବୁଠାରୁ ଅଧିକ ବୃଦ୍ଧି କରାଯାଇଥିଲା । ଏହାର ସୁଧ ହାର ୭.୭ ପ୍ରତିଶତ ଯାହା ପୂର୍ବରୁ ୭ ପ୍ରତିଶତ ଥିଲା ।

କନ୍ୟା ସନ୍ତାନଙ୍କ ଲାଗି ଚର୍ଚ୍ଚିତ ସଞ୍ଚୟ ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ୭.୬ରୁ ବୃଦ୍ଧି କରାଯାଇ ୮ ପ୍ରତିଶତ କରିଦିଆଯାଇଥିଲା । ବରିଷ୍ଠ ନାଗରିକଙ୍କ ସଞ୍ଚୟ ଯୋଜନା ଲାଗି ସୁଧ ହାର ୮.୨ ପ୍ରତିଶତ, କିଷାନ ବିକାଶ ପତ୍ର ଲାଗି ୭.୬% ସୁଧ ହାର ରହିଛି ।

Get real time updates directly on you device, subscribe now.