fbpx

ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ଉପରେ ବଡ ଅପଡେଟ: ଝିଅମାନଙ୍କ ଏହି ସ୍କିମରେ ସରକାର କଲେ ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ:ଦେଶରେ ଝିଅମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ସରକାର ଝିଅମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତିି । ଏହି ଯୋଜନାଗୁଡିକ ମାଧ୍ୟମରେ ଝିଅମାନଙ୍କର ଶିକ୍ଷା ଏବଂ ଆର୍ଥିକ ସହାୟତା ଭଳି କାର୍ଯ୍ୟ ମଧ୍ୟ କରାଯାଉଛି । ଏହି ପରିସ୍ଥିତିରେ ସୁକନ୍ୟା ସମୃଦ୍ଧି ଯୋଜନା ମଧ୍ୟ ଝିଅମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଥି ସହିତ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।

ସୁକନ୍ୟା ସମୃଦ୍ଧି ଯୋଜନା :-
ବାସ୍ତବରେ, ସୁକନ୍ୟା ସମୃଦ୍ଧି ଯୋଜନା ଝିଅମାନଙ୍କ ପାଇଁ ସଞ୍ଚୟ ଏବଂ ନିବେଶକୁ ଉତ୍ସାହିତ କରିଥାଏ । ଏହି ଯୋଜନା ମାଧ୍ୟମରେ ନିବେଶ ହୋଇଥିବା ଅର୍ଥ ଉପରେ ମଧ୍ୟ ସୁଧ ପ୍ରଦାନ କରାଯାଇଥାଏ । ଦୀର୍ଘ ସମୟ ଧରି ଲୋକମାନେ ଆଶା କରୁଥିଲେ ଯେ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ବୃଦ୍ଧି ପାଇବ । କିନ୍ତୁ ଲୋକଙ୍କ ଏହି ଆଶା ବର୍ତ୍ତମାନ ପୂରଣ ହୋଇପାରିଲା ନାହିଁ ।

ସୁଧ ହାରରେ କୌଣସି ବୃଦ୍ଧି ହୋଇନାହିଁ :-
ଅନେକ ସଞ୍ଚୟ ଯୋଜନାର ସୁଧ ହାର ସରକାର ପରିବର୍ତ୍ତନ କରିଛନ୍ତି । ଯଦିଓ ସୁକନ୍ୟା ସମୃଦ୍ଧି ଯୋଜନା ସହିତ ଜଡିତ ଲୋକମାନେ ଆଶା କରୁଥିଲେ ଯେ, ସରକାର ଏହି ଯୋଜନାରେ ସୁଧ ହାରରେ ବୃଦ୍ଧି ଘୋଷଣା କରିବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ସୁକନ୍ୟା ସମୃଦ୍ଧିି ଯୋଜନା ଉପରେ କୌଣସି ପ୍ରକାରରେ ସୁଧ ହାର ବୃଦ୍ଧି କରିନାହାଁନ୍ତି ।

ସରକାର କହିଛନ୍ତି ଯେ, ସେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ସୁଧ ହାର ପୂର୍ବ ପରି ସ୍ଥିର ରଖିଛନ୍ତି । ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ହ୍ରାସ ବୃଦ୍ଧି କରାଯାଇ ନାହିଁ । ଏବେ ବାଳିକା ସଞ୍ଚୟ ଯୋଜନାରେ ‘ସୁକନ୍ୟା ସମୃଦ୍ଧି’ରେ ବାର୍ଷିକ ୭.୬ ପ୍ରତିଶତ ହାରରେ ସୁଧ ଦିଆଯାଉଛି ।

Get real time updates directly on you device, subscribe now.