fbpx

କାଲି ଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଛୁଟି , ବଢ଼ୁ ଥିବା ତାତି ପାଇଁ ସରକାର ଦେଲେ ଆଗୁଆ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଖରାକୁ ଦେଖି ରାଜ୍ୟରେ ଖରା ଛୁଟି ଘୋଷଣା ହେଇଛି । ଆସନ୍ତା କଲି ଠାରୁ ରାଜ୍ୟରେ ସମସ୍ତ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ ହେଇ ଘୋଷଣା କରାଯାଇଛି । ତେବେ ଏହାପୂର୍ବରୁ ବଢୁଥିବା ତାତି ପାଇଁ ଦୁଇ ଦିନ ଛୁଟି ଘୋଷଣା ହେଇଥିଲା । ଯାହା ପରେ କାଲି ଠାରୁ ସ୍କୁଲ ଖୋଲି ଥାଆନ୍ତା । କିନ୍ତୁ ବଢୁଥିବା ଖରା ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପ୍ରଥମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ।

ସୂଚନାମୁତାବକ ସାରା ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ବଢିବାରେ ଲାଗିଛି । ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିବ । ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ ୧୮ ରୁ ୨୦ ଏବଂ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ବର୍ଷା ହେବାର ଆଶା କରାଯାଉଥିବାରୁ ସ୍କୁଲ ଖୋଲିଥିଲା କିନ୍ତୁ ରାଜ୍ୟରେ ଏଯାଏଁ ବର୍ଷା ଦେଖିବାକୁ ମିଳୁନାହିଁ । କିନ୍ତୁ ଗ୍ରୀଷ୍ମପ୍ରବାହ ବଢିବାରୁ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.