fbpx

ସୁମିତ-ତପସ୍ୱିନୀ ମଧ୍ୟସ୍ଥତା କେନ୍ଦ୍ରରେ ହାଜର, ଆସନ୍ତା ୪ ତାରିଖ ଉଭୟଙ୍କୁ ପୁଣିଥରେ ହାଜର ହେବାକୁ ଦିଆଗଲା ସମୟ

Advertisement

କଟକ (ଭାସ୍କର ନ୍ୟୁଜ୍‌): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ସୋମବାର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ ଉଭୟ ସୁମିତ-ତପସ୍ୱିନୀ ଦିନ ୩ଟା ସମୟରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ସେମାନଙ୍କୁ କାଉନ୍‌ସେଲିଂ କରାଯାଇଥିଲା । ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ରେ ଉଭୟଙ୍କୁ ପୁଣିଥରେ ହାଜର ହେବା ପାଇଁ ମଧ୍ୟସ୍ଥତା କେନ୍ଦ୍ର ପକ୍ଷରୁ ସମୟ ଦିଆଯାଇଛି । ଦାମ୍ପତ୍ୟ ଜୀବନକୁ ନେଇ ବିବାଦ ଉଠିବା ପରେ ପ୍ରଥମ ଥର ଲାଗି ହାଇକୋର୍ଟଙ୍କ ନିର୍ଦେଶରେ ଉଭୟ ସୁମିତ-ତପସ୍ୱିନୀ କାଉନ୍‌ସେଲିଂ କେନ୍ଦ୍ରକୁ ଆସିଥିଲେ ।

Get real time updates directly on you device, subscribe now.