fbpx

ଏଥର ହୋଲିରେ ସୂର୍ଯ୍ୟ-ରାହୁ ଆଣୁଛନ୍ତି ଗ୍ରହଣ ଯୋଗ, ସାବଧାନ ରୁହନ୍ତୁ ଏହି ରାଶି

ଓଡ଼ିଶା ଭାସ୍କର: ରଙ୍ଗର ପର୍ବ ହୋଲିରେ ଏଥର ବାଧା ଉପୁଜିବ । କାରଣ ଏହିଦିନ ଚନ୍ଦ୍ର ଗ୍ରହଣ ବି ଲାଗୁଛି । ଏହାସହିତ ଏହି ସମୟରେ ମୀନ ରାଶିରେ ସୂର୍ଯ୍ୟ-ରାହୁଙ୍କ ଯୋଗ ହେଉଛି । ଏହାଦ୍ୱାରା କିଛି ରାଶିଙ୍କୁ ଅଶୁଭ ଫଳ ମିଳିବ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ସବୁଠାରୁ ଅଧିକ ସାବଧାନ ରହିବା ଉଚିତ ।

୨୦୨୪ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୫ ମାର୍ଚ୍ଚରେ ଲାଗୁଛି । ଏହିଦିନ ହୋଲି ମଧ୍ୟ ପାଳନ କରାଯିବ । ଯେହେତୁ ଏହିଦିନ ମୀନ ରାଶିରେ ସୂର୍ଯ୍ୟ ଓ ରାହୁଙ୍କ ଯୋଗରେ ଗ୍ରହଣ ସୃଷ୍ଟି ହେଉଛି ତେଣୁ କିଛି ରାଶିର ଲୋକଙ୍କ ପାଇଁ ଏହି ସମୟ ଅଶୁଭ ହୋଇପାରେ । କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉ ନ ଥିବାରୁ ଗ୍ରହଣର ନିୟମ ପାଳନ କରାଯିବ ନାହିଁ । କିନ୍ତୁ ଗ୍ରହ ସ୍ଥିତିର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ସବୁଠାରୁ ଅଧିକ ସାବଧାନ ରହିବା ଉଚିତ ।

କୁମ୍ଭ: ମୀନ ରାଶିରେ ଏହି ଗ୍ରହଣ ଯୋଗ ସୃଷ୍ଟି ହେଉଥିବାରୁ ଏହା କୁମ୍ଭ ରାଶି ପାଇଁ ଅଶୁଭ । ଏହି ସମୟରେ କୁମ୍ଭ ରାଶିର ଲୋକଙ୍କ ସମସ୍ୟା ବଢିବ । ଚାକିରୀଜୀବୀ ହୁଅନ୍ତୁ କିମ୍ବା ବ୍ୟବସାୟୀ ସମସ୍ତଙ୍କ କାର୍ଯ୍ୟରେ ବାଧା ଉପୁଜିପାରେ । ଏହି ସମୟରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ବାଧା ଉପୁଜିପାରେ । ଖର୍ଚ୍ଚ ବଢିବ ଓ ଧନହାନୀ ଘଟିବ । ହେଉଥିବା କାମ ବି ଅଧାରୁ ଅଟକିଯିବ । ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦେଇପାରେ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ଉପୁଜିପାରେ । ଛୋଟ ଛୋଟ କାମରେ ବି ବହୁତ ଅଧିକ ପରିଶ୍ରମ କରିବାକୁ ପଡିବ । ଶତ୍ରୁ ଆପଣଙ୍କ ଉପରେ ଭାରି ପଡିପାରେ । ସାମାନ୍ୟ ଅବହେଳା ଆପଣଙ୍କ ଲାଗି ଭୟାନକ ରୂପ ନେଇପାରେ ।

Get real time updates directly on you device, subscribe now.