fbpx

ମହଙ୍ଗା ପଡିଲା ସୁନ୍ଦର ପିଚାଇଙ୍କ ସହ ପଙ୍ଗା, ପାକିସ୍ତାନୀ ପ୍ରଶଂସକଙ୍କ ମୁହଁ ବନ୍ଦ କରିଦେଲେ ଗୁଗୁଲ CEO

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଧୂଳି ଚଟାଇଛି। ଆଜିି ସାରା ଦେଶରେ ଦୀପାବଳିର ମାହୋଲ ଥିବା ବେଳେ ଏହା ପ୍ରକୃତରେ ଗତକାଲିର ପାକିସ୍ତାନ ବିଜୟ ପରେ ଗତକାଲିଠାରୁ ଆରମ୍ଭ ହୋଇଯାଇଥିଲା। ଏହି ମ୍ୟାଚ୍‌କୁ ଦେଖିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ନିଜର ଖୁସୀ ବ୍ୟକ୍ତ କରିଥିଲେ। ସୋମବାର ଦିନ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଦୀପାବଳୀ ଅବସରରେ ଟ୍ୱିଟରରେ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟ୍ୱିଟରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ତେବେ ସୁନ୍ଦର ପିଚାଇଙ୍କର ଏହି ପୋଷ୍ଟରେ ଜଣେ ପାକିସ୍ତାନୀ ପ୍ରଶଂସକ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟ ମାଧ୍ୟମରେ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗୁଗୁଲର ସିଇଓ ଏପରି ଉତ୍ତର ଦେଇଥିଲେ ଯାହା ପାକିସ୍ତାନୀଙ୍କ ମୁହଁ ବନ୍ଦ କରିଦେଇଥିଲା। ସୁନ୍ଦର ପିଚାଇଙ୍କ ତାଙ୍କର ପ୍ରଶଂସକ ଏବଂ ଭାରତୀୟମାନଙ୍କ ମନକୁ ଛାଇଁ ଯାଇଛି ଏବଂ ଟ୍ୱିଟର ବ୍ୟବହାରକାରୀମାନେ ମଧ୍ୟ ତାଙ୍କ ଚମତ୍କାରୀ ଉତ୍ତରର ସ୍କ୍ରିନସଟ ନେଇ ଏହାକୁ ଭାଇରାଲ କରୁଛନ୍ତି।

ସୁନ୍ଦର ପିଚାଇ ଟ୍ୱିଟ୍ କରି କହିଥିଲେ ଯେ, ‘ଶୁଭ ଦୀପାବଳି! ଏହି ସମସ୍ତେ ଉତ୍ସବ ପାଳନ କରୁଛନ୍ତି ଆପଣଙ୍କ ସାଙ୍ଗ ଏବଂ ପରିବାର ସହିତ ବହୁତ ଭଲ ସମୟ କଟାଉଛନ୍ତି।ତେବେ ଗତକାଲି ମ୍ୟାଚର ଶେଷ ତିନି ଓଭର ଖେଳ ଦେଖି ମୁ ଆଜି ଦୀପାବଳି ପାଳନ କରିବି।’ ସୁନ୍ଦର ପିଚାଇଙ୍କ ଏହି ପୋଷ୍ଟରେ ପାକିସ୍ତାନର ମହମ୍ମଦ ଶାହାଜାଇବ ମନ୍ତବ୍ୟ ଦେଇ ଟ୍ରୋଲ କରିବାକୁ ଚାହୁଁଥିଲେ। ଏହି କୁଟିଳ ପ୍ରଶଂସକ ଲେଖିଛନ୍ତି ‘ତୁମେ ପ୍ରଥମ ତିନି ଓଭର ଦେଖିବା ଉଚିତ୍’। ତେବେ ଏହି କମେଣ୍ଟ ଦେବା ସମୟରେ ଏହି ପାକିସ୍ତାନୀ ପ୍ରସଶଂସକ ଚିନ୍ତା କରି ନଥିବେ ଯେ ଏଥିପାଇଁ ତାଙ୍କୁ ଅପଦସ୍ତ ହେବାକୁ ପଡିବ। ମହମ୍ମଦ ଶାହାଜାଇବଙ୍କ ଏହି କାମେଣ୍ଟର ଉତ୍ତରରେ ‘ଭୁବୀ ଏବଂ ଅର୍ଶଦୀପଙ୍କର ପ୍ରଥମ ତିନି ଓଭର କ’ଣ ଥିଲା ବୋଲି ଲେଖି ସୁନ୍ଦର ପିଚାଇ ଶାହାଜାଇବଙ୍କ ମୁହଁ ବନ୍ଦ କରିଦେଇଥିଲେ।

 

Get real time updates directly on you device, subscribe now.