ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ଖୁସି ଖବର । ହ୍ୱାଙ୍ଗଝୁରେ ଭାରତ ରେସଲିଂରେ ପ୍ରଥମ ପଦକ ଜିତିଛି । ସୁନିଲ କୁମାର କିରଗିଜସ୍ତାନର ପ୍ରତିପକ୍ଷଙ୍କୁ ୮୭ କେଜି ବର୍ଗରେ ହରାଇ ଏହି ସୁନାମ ଅର୍ଜନ କରିଛନ୍ତି ।
ସୁନୀଲ ଭାରତ ପାଇଁ ରେସଲିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ଭାରତ ୪. ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଛି । ଆନସ, ଆମୋଜ ଆଜମଲ ଓ ରାଜେଶ ଭାରତ ପାଇଁ ଏହି ପଦକ ଜିତିଥିଲେ । ଏହା ପୂର୍ବରୁ ଜାଭେଲିନ ଥ୍ରୋରେ ଭାରତ ପକ୍ଷରୁ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଓ କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ପୁରୁଷ ସେମିଫାଇନାଲରେ ସୌରଭ ଘୋସାଲ ୫୨ ନମ୍ବର ବିଶ୍ୱ ରାଙ୍କିଂ ପ୍ରାପ୍ତ ହେନରୀ ଲିଉଙ୍ଗଙ୍କୁ ୩-୦ (୧୧-୨, ୧୧-୧, ୧୧-୬)ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।
ଆଜିର ଦିନ ଆରମ୍ଭରୁ ଭାରତର ଅନାହତ ସିଂହ ଓ ଅଭୟ ସିଂହ ସ୍କ୍ୱାଶ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତୀୟ ଯୋଡ଼ି ସେମିଫାଇନାଲରେ ମ୍ୟାଲେଶିଆର ଅଜମାନ ଓ ମୋହମମଦ କମଲଙ୍କ ଯୋଡ଼ିଙ୍କ ଠାରୁ ପରାସ୍ତ ହୋଇଥିଲେ । ଏଥିସହିତ ତୀରନ୍ଦାଜରେ ଜ୍ୟୋତି ଭେନ୍ନମ୍ ଓ ଓଜସ ଦେଓତାଲେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆଥଲେଟିକ୍ସରେ ମଞ୍ଜୁ ରାଣୀ ଓ ରାମ ବାବୁଙ୍କ ଯୋଡ଼ି ୩୫ କିମି ରେସିଂରେ ବ୍ରୋଞ୍ଜ ପଦକ ଜିତିଥିଲେ ।
1st WRESTLING Medal for India at Hangzhou 😍
Sunil Kumar wins Bronze medal (GR 87kg) after beating Krygz grappler 2-1 in hard-fought bout.
📸 @wrestling #AGwithIAS | #IndiaAtAsianGames #AsianGames2022 pic.twitter.com/vaIkEp9UzM
— India_AllSports (@India_AllSports) October 4, 2023