fbpx

Space Stationରେ ପହଞ୍ଚି ଡାନ୍ସ କଲେ ସୁନୀତା: ଭାଇରାଲ ହେଉଛି ଭିଡିଓ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ବିଶେଷ କରି ଫେସବୁକ୍-ଇନଷ୍ଟାଗ୍ରାମ ଇତ୍ୟାଦିରେ ଡ୍ୟାନ୍ସ ଭିଡିଓ କରି ପୋଷ୍ଟ କରାଯାଉଛି । କିନ୍ତୁ କେବେ ସ୍ପେସ ଷ୍ଟେସନ ବା ମହାକାଶରେ କୌଣସି ଡାନ୍ସ ଭିଡିଓ ଦେଖିଛନ୍ତି କି? ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଠିଆ ହେବା ବି ମୁସ୍କିଲ, ସେଠାରେ କିପରି ଡାନ୍ସ ସମ୍ଭବ ହୋଇପାରିବ ବୋଲି ଏବେ ମନରେ ପ୍ରଶ୍ନ ଉଠୁଥିବ… କିନ୍ତୁ ଏହା ଏକଦମ୍ ସତ । ଅନ୍ତରୀକ୍ଷ ଯାତ୍ରୀ ସୁନୀତା ୱିଲିୟମ୍ସ ସ୍ପେସ ଷ୍ଟେସନରେ ଡାନ୍ସ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ୱିଲିୟମ୍ସ ପୁଣିଥରେ ମହାକାଶରେ ପହଞ୍ଚିଛନ୍ତି । ତେବେ ସ୍ପେସ ଷ୍ଟେସନରେ ପହଞ୍ଚିବା ମାତ୍ରେ ଡାନ୍ସ ଆରମ୍ଭ କରି ଦେଇଛନ୍ତି ସୁନୀତା । ଜୁନ୍ ୬ ତାରିଖରେ ସୁନୀତା ଏବଂ ବୁଚ ବିଲମୋର ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ପହଞ୍ଚିଛନ୍ତି । ତୃତୀୟ ଥର ପାଇଁ ସ୍ପେସ ଷ୍ଟେସନରେ ନାଚି ନାଚି ନିଜ ମନର ଭାବନାକୁ ବ୍ୟକ୍ତ କରିଛନ୍ତି ସୁନୀତା । ମହାକାଶରେ ପାଦ ରଖିବା ପରେ ଖୁସିରେ ଡାନ୍ସ କରିବା ସହ ସୁନୀତା ଅନ୍ୟ ସାଥୀମାନଙ୍କୁ ଆଲିଙ୍ଗନ କରି ଶୁଭେର୍ଚ୍ଛ ଓ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ସୁନୀତାଙ୍କ ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟଜର ଏହାକୁ ସେୟାର ମଧ୍ୟ କରିଛନ୍ତି ।

ସୂଚନା ଥାଉ କି, ସୁନୀତା ୱିଲିୟମ୍ସ ଏହାପୂର୍ବରୁ ମଧ୍ୟ ୨ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି । ଏହାପୂର୍ବରୁ ୨୦୦୭ ଏବଂ ୨୦୧୨ ମସିହାରେ ସ୍ପେସ ଷ୍ଟେସନକୁ ଯାଇଥିଲେ ସୁନୀତା ୱିଲିୟମ୍ସ । ଆମେରିକା ଫ୍ଲୋରିଡାର କେପ କେନାବରେଲ ସ୍ପେସ ଷ୍ଟେସନରୁ ଲଞ୍ଚ୍ ହେବାର ମାତ୍ର ୨୬ ଘଣ୍ଟାର ଯାତ୍ରା ପରେ ମହାକାଶରେ ପହଞ୍ଚିଥିଲେ ସୁନୀତା ଏବଂ ସାଥୀ । ତେବେ ଏଠାରେ ସୁନୀତାଙ୍କ ସାଥୀ ବୁଚ ବିଲମୋରଙ୍କୁ ଘଣ୍ଟି ବଜାଇ ମହାକାଶରେ ସ୍ୱାଗତ କରାଯାଇଛି ।

 

Get real time updates directly on you device, subscribe now.