fbpx

ସାର୍ବଜନୀନ ଗଣେଶୋତ୍ସବରେ ଯୋଗଦେଲେ ସନ୍ନି ଲିଓନି ଓ ତାଙ୍କ ସ୍ଵାମୀ ଡାନିଏଲ ୱେବର

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଆକ୍ଟରସନ୍ନି ଲିଓନି ଏବଂ ତାଙ୍କ ସ୍ୱାମୀ ଡାନିଏଲ ୱେବର ପ୍ରଭୁ ଶ୍ରୀଗଣେଶଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ମୁମ୍ବାଇର ଲାଲବାଗଚା ରାଜା ସାର୍ବଜନୀନ ଗଣେଶୋତ୍ସବ ମଣ୍ଡଳକୁ ଯାଇଥିଲେ। ପାରମ୍ପରିକ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ ଉଭୟ ଦମ୍ପତି । ସନ୍ନି ମୁଣ୍ଡରେ ଓଢଣା ଲଗାଇ ସୁନ୍ଦର ସୁଟ୍ ପିନ୍ଧିଥିବା ବେଳେ ଡାନିଏଲ୍ କୁର୍ତା ପିନ୍ଧିଥିଲେ। ଏହା ପୂର୍ବରୁ ସେ ନିଜ ଇନଷ୍ଟାଗ୍ରାମରେ ନିଜ ପ୍ରଶଂସକଙ୍କ ପାଇଁ ଗଣେଶ ଚତୁର୍ଥୀଙ୍କ ଶୁଭେଚ୍ଛା ଜଣାଇଥିଲେ । ସେ ଏକ ଆକର୍ଷଣୀୟ ପାରିବାରିକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଗଣେଶ ଚତୁର୍ଥୀର ଶୁଭେଚ୍ଛା !! ଭଗବାନ ଗଣେଶ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ଆଶୀର୍ବାଦ ଦିଅନ୍ତୁ । ସବୁ ୱେବରମାନଙ୍କୁ ଆମେ ଭଲପାଉ !! @dirrty99 ଆଶେର, ନିଶା ଏବଂ ନୋଆ” ।

ତେବେ ଏହି ଦମ୍ପତିଙ୍କର ତିନୋଟି ସନ୍ତାନ ଅଛନ୍ତି । ସେମାନେ ନିଶାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ବେଳେ ସରୋଗେସି ମାଧ୍ୟମରେ ଯାଆଁଳା ଶିଶୁ ନୋହା ଓ ଆଶେରଙ୍କୁ ସ୍ୱାଗତ କରିଥିଲେ।
ସନି ‘ଜିସ୍ମ-୨’, ‘ଜ୍ୟାକପଟ୍’, ‘ସୁଟ୍ ଆଉଟ୍ ଆଟ୍ ୱାଡାଲା’, ‘ରାଗିଣୀ ଏମ୍ଏମ୍ଏସ୍-୨’ ଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି।ନିକଟରେ ସେ କଶ୍ୟପଙ୍କ ନିର୍ଦ୍ଦେଶିତ ‘କେନେଡି’ରେ ନଜର ଆସିଥିଲେ, ଯେଉଁଥିରେ ରାହୁଲ ଭଟ୍ଟ ଏବଂ ଅଭିଳାଷ ଥାପ୍ଲିଆଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କ ଉପରେ ଆଧାରିତ, ଯିଏ କି ଦୀର୍ଘ ଦିନ ଧରି ମୃତ ବୋଲି ଭାବୁଥିଲେ, କିନ୍ତୁ ତଥାପି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ମୁକ୍ତି ଖୋଜୁଛନ୍ତି ।

ଏହି ଚଳଚ୍ଚିତ୍ରଟି କାନ୍ସ ଫିଲ୍ମ ଫେଷ୍ଟିଭାଲ ଏବଂ ୧୪ତମ ଭାରତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବର୍ଣ୍ଣରେ ପ୍ରଦର୍ଶିତ ହୋଇଥିଲା । ‘କେନେଡି’କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଷ୍ଟାଣ୍ଡିଂ ଓଭେସନ ମିଳିଥିଲା। ୧୪ତମ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବର୍ଣ୍ଣରେ ଏହାକୁ କ୍ଲୋଜିଂ ନାଇଟ୍ ଫିଲ୍ମ ଭାବେ ଚୟନ କରାଯାଇଥିଲା।

 

Get real time updates directly on you device, subscribe now.