(Video) ମହାକୁମ୍ଭରେ ବୁଡ଼ ପକାଇଲେ Sunny Leone! ଭାଇରାଲ ହେଉଛି ଭିଡିଓ

ଲୋକଙ୍କ ହୃଦୟରେ ରାଜ କରୁଥିବା ସନ୍ନି ଲିଓନିଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ସମସ୍ତେ କହୁଛନ୍ତି ସେ ମହାକୁମ୍ଭ ଆସି ବୁଡ଼ ପକାଇଛନ୍ତି।

ନୂଆଦିଲ୍ଲୀ: ମହାକୁମ୍ଭ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ଦିନ ରହିଛି। ଏହା ପୂର୍ବରୁ ବିପୁଳ ପରିମାଣରେ ଶ୍ରଦ୍ଧାଳୁ ଆସି ଏଠାରେ ବୁଡ଼ ପକାଉଛନ୍ତି। ବଡ଼ ବଡ଼ ସେଲିବ୍ରିଟି ସୁପରଷ୍ଟାର ମଧ୍ୟ ସଙ୍ଗମରେ ବୁଡ଼ ପକାଇଛନ୍ତି।

ତେବେ ଏହାରି ମଧ୍ୟରେ ପର୍ଣ୍ଣ ଷ୍ଟାର ତଥା ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନିଙ୍କର ଏକ ଭିଡ଼ିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ନେଇ ସମସ୍ତେ ଦାବି କରୁଛନ୍ତି ଯେ, ସନ୍ନି ଲିଓନି ମହାକୁମ୍ଭ ଆସି ବୁଡ଼ ପକାଇଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ନଦୀ କୁଳରେ ସେ ମୁଣ୍ଡରେ ଓଢଣୀ ପକାଇ, ମଥାରେ ତିଳକ ଲଗାଇଛନ୍ତି।

ଫେସବୁକରେ Manish Kumar (Danish) ନାମକ ଜଣେ ୟୁଜର ସନ୍ନି ଲିଓନିଙ୍କ ଏହି ଭିଡିଓ ସେୟାର କରିଛି। ଏଥିରେ ସେ ଲେଖିଛି ଯେ, ମହାକୁମ୍ଭରେ ସନ୍ନି ଲିଓନି ସମସ୍ତ ପାପ ଧୋଇଛନ୍ତି। ତେବେ ଏହି ଭିଡିଓ ଭାଇରାଲ ପରେ ଏହାତ ସତ୍ୟତା ଯାଞ୍ଚ କରାଯାଇଥିଲା।

@OnlyFactIndia ନାମକ ଏକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇ ଲେଖାଯାଇଛି ଯେ, ସନ୍ନି ଲିଓନି ମହାକୁମ୍ଭରେ ବୁଡ଼ ପକାଇ ନାହାନ୍ତି। ଏହି ଭିଡିଓ ବାରଣାସୀର ଏକ ଘାଟରେ। ଏହାକୁ ସନ୍ନି ଲିଓନି ୨୦୨୩ ଡିସେମ୍ବର ୨୩ ତାରିଖରେ ସେୟାର କରିଥିଲେ। ଯାହାକୁ ବର୍ତ୍ତମାନ ସେୟାର କରାଯାଇ ମହାକୁମ୍ଭର ନାମ ଦିଆଯାଉଛି।