fbpx

ହାଇକୋର୍ଟ ପାଇଁ ୬୮ଟି ନୂଆ ବିଚାରପତିଙ୍କ ନାମ ପ୍ରସ୍ତୁତ କଲା ସୁପ୍ରିମ କୋର୍ଟ କଲେଜିୟମ, ବାର ରୁ ୪୪ ଆଉ ୧୦ ମହିଳା ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ ଏବଂ କୋଲକାତା ସମେତ ୧୨ ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୬୮ଜଣଙ୍କ ନାମ ସୁପାରିଶ କରାଯାଇଛି । ଏହିସବୁ ହାଇକୋର୍ଟରେ ଜଜ୍ ଙ୍କ ଅଭାବ ଥିବାରୁ ଏହି ନିଷ୍ପତି ନିଆଯାଇଛି । ତେବେ ଏହି ୬୮ଟି ନୂଆ ବିଚାରପତିଙ୍କ ମଧ୍ୟରେ ମହିଳା ବିଚାରପତି ବି ସାମିଲ ରହିଛନ୍ତି ।

ସୁତ୍ରରୁ ପ୍ରକାଶ ଯେ, ପ୍ରଧାନ ବିଚାରପତି ରମଣ, ବିଚାରପତି ୟୁ.ୟୁ ଲଳିତ ଏବଂ ବିଚାରପତି ଏ.ଏମ୍ ଖାନବିଲକର୍ ଭ୍କ ତିନି ସଦସ୍ୟ ବିଶିଷ୍ଟ କଲେଜିୟମ୍ ରେ ପୁଣିଥରେ ଇତିହାସ ରଚିଛନ୍ତି । ଏହା ବ୍ୟତୀତ ମାରଲୀ ୱାକୁଙ୍ଗ ମିଜୋରାମ ରୁ ପ୍ରଥମ ଏପରି ଅଧିକାରୀ ହୋଇଛନ୍ତି ଯାହାଙ୍କୁ ଗୌହାଟି ହାଇକୋର୍ଟକୁ ଜଜ୍ ହିସାବରେ ପଠାଯାଇଥିଲା । ସେ ଅନୁସୁଚିତ ଜନଜାତିରୁ ଆସିଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ମହିଳା ବିଚାରପତିଙ୍କ ନାମ ରହିଛି ।

କଲେଜିୟମ୍ ପକ୍ଷରୁ ଅଗଷ୍ଟ ୨୫ ଓ ସେପ୍ଟେମ୍ବର ୧ ତାରିଖରେ ବସିଥିବା ଏକ ବୈଠକରେ ହାଇକୋର୍ଟର ବିଚାରପତିଙ୍କ ପଦୋନ୍ନତି ପାଇଁ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିଲା । କିନ୍ତୁ ସେମାନଙ୍କଧ୍ଧ୍ରୁ ୬୮ ଜଣଙ୍କ ନାମ ହାଇକୋର୍ଟ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏଥିରେ ବାର୍ ରୁ ୪୪ ଜଣ ଓ ୨୪ ଜଣ ନ୍ୟାୟିକ ସେବାରୁ ରହିଛନ୍ତି ।

ସୂଚନାଯୋଗ୍ୟ, ଯଦି ଏହି ନାମଗୁଡିକ କେନ୍ଦ୍ର ଦ୍ୱାରା ଅନୁମୋଦିତ ହୁଏ, ତେବେ ଏହି ବିଚାରପତିମାନେ ଆହ୍ଲାବାଦ, ରାଜସ୍ଥାନ, କଲିକତା, ଝାଡଖଣ୍ଡ, ଜମ୍ମୁ କାଶ୍ମୀର, ମଦ୍ରାସ, ପଞ୍ଜାବ-ହରିୟାଣା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ଛତିଶଗଡ ଏବଂ ଆସାମ ହାଇକୋର୍ଟରେ ନିଯୁକ୍ତ ହେବେ। କୋର୍ଟ ଏଥିମଧ୍ୟରୁ ୧୬ ଜଣ ବିଚାରପତି ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ହେବେ ଯେଉଁଠାରେ ମୋଟ ୧୬୦ ଜଣ ବିଚାରପତି ରହିବା ଉଚିତ । କିନ୍ତୁ ବର୍ତ୍ତମାନ ସେଠାରେ ୯୩ ଜଣ ବିଚାରପତି ଅଛନ୍ତି।

Get real time updates directly on you device, subscribe now.