ରାଜ୍ୟରେ ଆଉ ରହିବନି ଉପମୁଖ୍ୟମନ୍ତ୍ରୀ ପଦ? ଜନହିତ ଯାଚିକା ଉପରେ ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ପ୍ରଥାକୁ ଆହ୍ୱାନ କରି ସୁପ୍ରିମକୋର୍ଟରେ ଜନହିତ ଯାଚିକା ଦାୟର କରାଯାଇଥିଲା ଯାହାକୁ ସର୍ବୋଚ୍ଚ କୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପଦ ସମ୍ବିଧାନର କୌଣସି ବି ନିୟମକୁ ଉଲଙ୍ଘନ କରୁନାହିଁ ।

ଏହି ଜନହିତ ଯାଚିକାରେ କୁହାଯାଇଥିଲା କି ସମ୍ବିଧାନରେ କୌଣସି ପ୍ରାବଧାନ ନ ଥିବା ସତ୍ତ୍ୱେ ବିଭିନ୍ନ ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରୁଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୧୬୪ରେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ନେଇ ପ୍ରାବଧାନ ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଏବେ ସମଗ୍ର ଦେଶର ୧୪ ରାଜ୍ୟରେ ୨୬ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଓକିଲ ମୋହନଲାଲ ଶର୍ମାଙ୍କ ଦ୍ୱାରା ଦାଖଲ ଜନହିତ ଯାଚିକାରେ କୁହାଯାଇଛି କି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ରାଜ୍ୟର ନାଗରିକଙ୍କ ସହ କୌଣସି ସଂପର୍କ ନାହିଁ । ଏହା ବ୍ୟତିତ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଦ୍ୱାରା ରାଜ୍ୟର ଜନତାଙ୍କ କୌଣସି ଅତିରିକ୍ତ କଲ୍ୟାଣ ବି ସାଧିତ ହେଉନାହିଁ । ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଦ୍ୱାରା ଜନତାଙ୍କ ମଧ୍ୟରେ ଏକ ଭ୍ରମ ସୃଷ୍ଟି ହେଉଛି ଓ ରାଜନୈତିକ ଦଳ ପକ୍ଷରୁ ଏକ କାଳ୍ପନିକ ପୋର୍ଟଫୋଲିଓ ତିଆରି କରାଯାଇ ଭୁଲ୍ ଓ ଅବୈଧ ଉଦାହରଣ ସୃଷ୍ଟି କରାଯାଉଛି । କିନ୍ତୁ ସୁପ୍ରିମକୋର୍ଟ ତାଙ୍କର ଏହି ଯାଚିକାକୁ ଖାରଜ କରିଦେଇଛନ୍ତି ।