fbpx

କୋର୍ଟ ଅବମାନନା ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କୁ ଏତିକି ଟଙ୍କା ଜୋରିମାନା କଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ୪ ମାସ ସଜା ଶୁଣାଇଛନ୍ତି କୋର୍ଟ। କୋର୍ଟ ମାଲ୍ୟାଙ୍କ ଉପରେ ୨୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି। ସେହିପରି ଜୋରିମାନା ନଦେଲେ ଅତିରିକ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିିବ ବୋଲି କୋର୍ଟ କହିଛନ୍ତି। କେବଳ ଏତିକି ନୁହେଁ ବିଦେଶକୁ ଟ୍ରାନ୍ସଫର କରିଥିବା ୪୦ ମିଲିୟନ ଡଲାର ସମ୍ପତ୍ତିକୁ ୪ ସପ୍ତାହ ସୁଦ୍ଧା ଦେବାକୁ କୋର୍ଟ କହିଛନ୍ତି।

ଜଷ୍ଟିସ ୟୁୟୁ ଲଳିତ, ଏସ ରବିନ୍ଦ୍ର ଭଟ୍ଟ ଏବଂ ସୁଧାନ୍ସୁ ଭୁଲିୟାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପିଠ ଏହି ଶୁଣାଣି କରିଛନ୍ତି। ସୂଚନା ଅନୁସାରେ କୋର୍ଟଙ୍କ ଆଦେଶ ମୁତାବକ ଟଙ୍କା ନସୁଝିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବିଜୟ ମାଲ୍ୟାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ୨୦୧୭ ମାମଲାରେ ମାଲ୍ୟାଙ୍କ ବିରୋଧରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଲ୍ୟାଙ୍କ ବାରମ୍ବାର ନ ଆସିବା ନେଇ କୋର୍ଟ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିଲେ।

୨୦୧୭ ରେ, ଆଦେଶକୁ ଉଲ୍ଲଂଘନ କରି ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ୍ ଡଲାର ପଠାଇବା ବିଷୟରେ କୋର୍ଟଙ୍କ ଠାରୁ ତଥ୍ୟ ଲୁଚାଇ ରଖିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ସମୟ ମଧ୍ୟରେ କୋର୍ଟ ମାଲ୍ୟାଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ମିଲିୟନ୍ ଡଲାର୍ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ, ଯଦି ମାଲ୍ୟା ଏହା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କର ସମ୍ପତ୍ତି ଜବତ ହେବ।

Get real time updates directly on you device, subscribe now.