BREAKING: ଜଷ୍ଟିସ୍ ବି.ଆର୍ ଗଭାଇ ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି
ଜଷ୍ଟିସ୍ ଗଭାଇ ଭାରତର ୫୨ତମ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ୧୪ ମେ'ରେ ଶପଥ ନେବେ ବି.ଆର୍ ଗଭାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ।
ନୂଆଦିଲ୍ଲୀ: ଜଷ୍ଟିସ୍ ବି.ଆର୍ ଗଭାଇ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ବି.ଆର. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି।
ଜଷ୍ଟିସ୍ ଗଭାଇ ଭାରତର ୫୨ତମ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ୧୪ ମେ’ରେ ଶପଥ ନେବେ ବି.ଆର୍ ଗଭାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ।
ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ୍ ଖାନ୍ନା ନଭେମ୍ବର ୨୦୨୪ରେ ସିଜେଆଇ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମେ’ ୧୩ରେ ସରିବ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ।
ଭୂଷଣ ରାମକୃଷ୍ଣ ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ।
ଜଷ୍ଟିସ୍ ଗଭାଇ ପ୍ରାୟ ଛଅ ମାସ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବେ। ଜଷ୍ଟିସ୍ ଗଭାଇ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି।
୨୦୦୭ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ପଦୋନ୍ନତି ପାଇଥିବା ଜଷ୍ଟିସ୍ କେଜି ବାଲକ୍ରିଷ୍ଣନଙ୍କ ପରେ ସେ ଦ୍ୱିତୀୟ ଦଳିତ ବ୍ୟକ୍ତି ହେବେ ଯିଏ ମୁଖ୍ୟ ବିଚାରପତି ପଦବୀରେ ବସିବେ।
ଜଷ୍ଟିସ୍ ଗଭାଇ ରାଜ୍ୟରେ ପୂର୍ବତନ ହାଇକୋର୍ଟ ଆଡଭୋକେଟ୍ ଜେନେରାଲ୍ ଏବଂ ଜଷ୍ଟିସ୍ ବାରିଷ୍ଟର ରାଜା ଭୋସଲେଙ୍କ ସହ କାମ କରିଥିଲେ।