fbpx

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ପେରିବଲନଙ୍କୁ ଛାଡ଼ିବାକୁ ଆଦେଶ

ନୁଆଦିଲ୍ଲୀ: ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାରେ ଆଜୀବନ ସଜା କାଟୁଥିବା ଦୋଷୀଙ୍କ ମଧ୍ୟରୁ ଏଜି ପେରିବାଲାନଙ୍କୁ ମୁକ୍ତ କରିବାକୁ ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ସେ ଗତ ୩୧ ବର୍ଷ ଧରି ଜେଲରେ ବନ୍ଦି ଅଛନ୍ତି ।

ପେରିବଲନ ସୁପ୍ରିମକୋର୍ଟରେ ଦାୟର ତାଙ୍କ ପିଟିସନରେ କହିଥିଲେ ଯେ, ତାମିଲନାଡ଼ୁ ସରକାର ତାଙ୍କୁ ମୁକ୍ତ କରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ରାଜ୍ୟପାଳ ତାଙ୍କ ନିକଟରେ ଫାଇଲକୁ ବହୁ ସମୟ ଧରି ରଖିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ । ଏହା ସମ୍ବିଧାନ ବିରୁଦ୍ଧ ଅଟେ । ଏହା ପୁର୍ବରୁ ମେ ୧୧ରେ ହୋଇଥିବା ଶୁଣାଣିରେ କେନ୍ଦ୍ର ସରକାର ପେରିଲିବଲନଙ୍କ ଆବେଦନକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ପ୍ରସଙ୍ଗରେ ତାମିଲନାଡ଼ୁ ରାଜ୍ୟ ପାଳଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଅତିକ୍ତ ସଲିସିଟର ତୁସାର ମେହଟା ଜେନେରାଲ କେ ଏମ ନଟରାଜନ ସୁପ୍ରିମକୋର୍ଟର ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନା ପୀଠଙ୍କୁ କହିଥିଲେ କି କେନ୍ଦ୍ରୀୟ ଆଇନ୍ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ସଜରେ ରିହାତି କିମ୍ବା କ୍ଷମା ପ୍ରାର୍ଥନା ଉପରେ ନିଷ୍ପତି କେବଳ ରାଷ୍ଟ୍ରପତି ନିଅନ୍ତି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ପେରିବଲନ ପ୍ରସଙ୍ଗରେ ରାଜ୍ୟପାଳଙ୍କ ସୁପାରିଶକୁ ଗ୍ରହଣ କରିବାକୁ ରାଜ୍ୟପାଳ ପ୍ରସ୍ତୁତ ନୁହଁନ୍ତି, ତେବେ ସେ ପୁନର୍ବିଚାର ପାଇଁ ଫାଇଲକୁ କ୍ୟାବିନେଟକୁ ପଠାଇଥାନ୍ତେ। ହତ୍ୟା ସମୟରେ ପେରିବଲନଙ୍କୁ ୧୯ ବର୍ଷ ହୋଇଥିଲା। ସେ ୩୧ ବର୍ଷ ଜେଲରେ ଅଛନ୍ତି।

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୭ ଜଣ ଦୋଷି ସାବ୍ୟସ୍ତ ହୋଇଥିଲେ । ସମସ୍ତଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା । କିନ୍ତୁ, ୨୦୧୪ ମସିହରେ ସୁପ୍ରିମକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଏହା ପରେ ଦୋଷୀମାନେ ଛାଡ଼ ପାଇବା ପଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏହି ୭ ଦୋଷୀଙ୍କୁ ଛାଡ଼ିବାକୁ ଚାହାନ୍ତି ତାମିଲନାଡ଼ୁ ରାଜ୍ୟ ସରକାର । ଏମାନଙ୍କୁ ଛାଡ଼ିବା ପାଇଁ ୨୦୧୬ ଏବଂ ୨୦୧୮ରେ ଦୋଷୀଙ୍କୁ ଛାଡ଼ିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ।

Get real time updates directly on you device, subscribe now.